fbpx

(Video) ଏଇ ତ ମୋର ଶେଷ… IPLରୁ ବିଦାୟ ନେବେ କି ରୋହିତ? ଅଭିଷେକ ନାୟରଙ୍କ ସହ ଭିଡିଓ ଲିକ୍

ନୂଆଦିଲ୍ଲୀ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହାପୂର୍ବରୁ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । କୋଲକାତାର ସପୋର୍ଟିଂ ଷ୍ଟାଫ ଅଭିଷେକ ନାୟରଙ୍କ ସହ ରୋହିତଙ୍କର ଏହି ଭିଡିଓ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ନାଇଟ ରାଇଡର୍ସ ପ୍ରଥମେ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ କରିଥିବା ବେଳେ ପରେ ଏହାକୁ ଡିଲିଟ କରିଦେଇଛି । ଯାହାଫଳରେ ଏହା ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଥିରେ ରୋହିତ ନିଜ ଅବସର ବିଷୟରେ କହୁଥିବା ଆଶଙ୍କା କରାଯାଉଛି ।

କୋଲକାତା-ମୁମ୍ବାଇ ମ୍ୟାଚ ପୂର୍ବରୁ ଭାଇରାଲ ଭିଡିଓ ଉପରେ ରହିଛି ସମସ୍ତଙ୍କ ନଜର । ଦର୍ଶକଙ୍କର ପ୍ରବଳ ଭିଡ଼ ଯୋଗୁଁ ରୋହିତ ଏବଂ ଅଭିଷେକଙ୍କ କଥା ସମ୍ପୂର୍ଣ୍ଣ ଏବଂ ସ୍ପଷ୍ଟ ଶୁଣିବା ସମ୍ଭବ ହେଉନାହିଁ । କିନ୍ତୁ ତାଙ୍କର କିଛିଟା କଥାକୁ ନେଇ ଫ୍ୟାନ୍ସ ଖୁବ ଆଲୋଚନା କରୁଛନ୍ତି । ରୋହିତ ଶର୍ମା ଏବଂ ଅଭିଷେକ ନାୟରଙ୍କ ଭିତରେ କଥାବାର୍ତ୍ତାରୁ କିଛିଟା ସ୍ପଷ୍ଟ ଶୁଣାଯାଉଛି । ରୋହିତ କହିଛନ୍ତି ଯେ, ‘ଗୋଟି ଗୋଟି କରି ବହୁତ କିଛି ପରିବର୍ତ୍ତନ ହେଉଛି… ତାହା ସେମାନଙ୍କ ଉପରେ ନିର୍ଭର କରେ… ଯାହା ବି ହେଉ ଏହା ମୋ ଘର, ଏହି ମନ୍ଦିରକୁ ମୁଁ ନିଜେ ହିଁ ତିଆରି କରିଛି… ମୋର କ’ଣ ଅଛି, ଏହା ତ ମୋର ଲାଷ୍ଟ…’ । ତେବେ ରୋହିତଙ୍କ ଏହି ବୟାନରୁ ଫ୍ୟାନ୍ସ ଅନେକ କିଛି ଅର୍ଥ ବାହାର କରିଛନ୍ତି ।

ଉଭୟଙ୍କ ମଧ୍ୟରେ ଅନ୍ୟ କୌଣସି କଥା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳିନାହିଁ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ କହିଛନ୍ତି ଯେ, ଚଳିତ ସିଜନରେ ରୋହିତ ବୋଧହୁଏ ଶେଷ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି । ସେହିପରି ଅନେକ ଲୋକେ କହୁଛନ୍ତି ଯେ, ରୋହିତ ପ୍ରାୟତଃ ଆଇପିଏଲରୁ ଅବସର ନେବା ବିଷୟରେ ଚିନ୍ତା କରୁଛନ୍ତି । ତେବେ ରୋହିତ ପ୍ରକୃତରେ କେଉଁ ବିଷୟରେ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୋଲକାତା ନାଇଟ ରାଇଡର୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓଅପଲୋଡ କରିଥିଲା । କିନ୍ତୁ ରୋହିତଙ୍କ କତା ଉପରେ ଆଲୋଚନା ଆରମ୍ଭ ହେବା ମାତ୍ରେ ଏହାକୁ ଡିଲିଟ କରିଥିଲା କୋଲକାତା । କିନ୍ତୁ ଅନେକ ଲୋକ ଏହାକୁ ଡାଉନଲୋଡ କରି ସାରିଥିଲେ ।

Get real time updates directly on you device, subscribe now.