ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ । ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି ।
ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ଏବେଥିବା ୫ଜି ସ୍ରୋସେସରଠାରୁ ୨୦ ଗୁଣ ଅଧିକ । ଯଦି ଆମେ ସାମଗ୍ରିକ ଗତିକୁ ଦେଖିବା, ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ସ୍ପିଡ୍ ।
ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ୍ ଭାଗିଦାରୀ ଅଧୀନରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ DOCOMO, NTT Corporation, NEC Corporation ଏବଂ Fujitsuର ନାମ ସାମିଲ । ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି । ଏହା ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ପରୀକ୍ଷଣ ହୋଇନାହିଁ । ଉପଭୋକ୍ତାମାନେ ୬ଜି ରେ ବହୁତ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି ।
୬ଜି ଆସିବା ପରେ କ’ଣ ହେବ?
ଟେକ୍ ରିପୋର୍ଟରେ କୁହାଯାଇଛି ଯେ ୬ଜି ବେଗ ସହିତ ଆପଣ ଗୋଟିଏ ସେକେଣ୍ଡରେ ୫ ଟି ଏଚଡି ଫିଲ୍ମ ଡାଉନଲୋଡ୍ କରିପାରିବେ । ତଥାପି, ଏହି ଟେକ୍ନୋଲୋଜି ସମ୍ବନ୍ଧରେ ଅନେକ କାର୍ଯ୍ୟ କରିବାକୁ ବାକି ଅଛି । ଏହି ବିଷୟରେ କାର୍ଯ୍ୟ ଭାରତରେ ମଧ୍ୟ ଆରମ୍ଭ ହୋଇସାରିଛି । ସଂପ୍ରତି ସଂଯୋଗୀକରଣ ପାଇଁ ୫ଜି ଟେକ୍ନୋଲୋଜି ହେଉଛି ସବୁଠାରୁ ଉନ୍ନତ, ଯାହାର ତତ୍ତ୍ୱିକ ସର୍ବାଧିକ ଗତି ୧୦ଜିବିପିଏସ । ଗୋଟିଏ କଥା ଧ୍ୟାନ ଦେବା ଉଚିତ ଯେ ବିଭିନ୍ନ ଦେଶରେ ୫ଜି ନେଟୱାର୍କର ଗତି ମଧ୍ୟ ଅଲଗା ହୋଇଥାଏ ।