ଆଜି ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ, ପାରମ୍ପରିକ ପୋଷାକରେ ହେବ ସ୍ୱାଗତ

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏଥିମଧ୍ୟରେ ସୋମବାର ସଂସଦୀୟ କ୍ଷେତ୍ର ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ନିର୍ବାଚନର ପ୍ରଚାର ମଧ୍ୟରେ ମୋଦୀ ଶାହାନାଇ, ଶଙ୍ଖନାଦ, ଢ଼ୋଲ ଏବଂ ମନ୍ତ୍ରୋଚ୍ଚାର କରି ରୋଡ୍ ଶୋ କରିବେ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବାରାଣାସୀରେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ରୋଡ୍ ଶୋ’ ସମୟରେ ଲଙ୍କା ସ୍ଥିତ ମାଲଭୀୟ ପ୍ରତିମାରୁ କାଶୀ ବିଶ୍ୱନାଥ ଧାମ୍ ପର୍ଯ୍ୟନ୍ତ ମିନି ଇଣ୍ଡିଆର ଝଲକ ଦେଖିବାକୁ ମିଳିବ । ବିଭିନ୍ନ ରାଜ୍ୟର ଲୋକମାନେ ପାରମ୍ପରିକ ପୋଷାକରେ ମେଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇବେ ।

ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(BHU) ଗେଟ୍ ଛକରୁ ଆରମ୍ଭ ହୋଇ କାଶି ବିଶ୍ୱନାଥ ଧାମର ଗେଟ୍ ନଂ ୪ରେ ଶେଷ ହେବ । ତେବେ ଏହି ରୋଡ୍ ଶୋ ୫ କିମି ବିଶିଷ୍ଟ ଅଟେ । ରୋଡ୍ ଶୋ ପୂର୍ବରୁ ମୋଦୀ ର ସଂସ୍ଥାପକ ‘ମହାମନା’ ପଣ୍ଡିତ ମଦନ ମୋହନ ମାଲଭୀୟାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବେ । ସନ୍ଧ୍ୟା ୫ଟାରେ ରୋଡ୍ ଶୋ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବାରାଣାସୀରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆଗମନ ଦେଖିବାକୁ ମିଳିଛି । ତେବେ ଏହି ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମଙ୍ଗଳବାର କାଳ ଭୈରବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଏହା ପରେ ନିର୍ବାଚନୀ ରଣନୀତି ନେଇ NDA ନେତାଙ୍କ ସହ ଏକ ବୈଠକରେ ଆଲୋଚନା କରିବେ । ଏହା ପରେ ମୋଦୀ ନାମାଙ୍କନ ପତ୍ର ଦାଖଲ କରିବେ ଏବଂ ଦଳର କାର୍ଯ୍ୟକର୍ତ୍ତାଙ୍କୁ ବୈଠକରେ ସମ୍ବୋଧିକ କରିବେ । ପରେ ମୋଦୀ ନିର୍ବାଚନୀ ପ୍ରଚାର ପାଇଁ ଝାଡ଼ଖଣ୍ଡ ଅଭିମୁଖେ ଗସ୍ତ କରିବେ ।