fbpx

ଏଣିକି UPI ପେମେଣ୍ଟରେ ପ୍ରତିଥର ପିନ୍ ପକାଇବାର ଟେନସନ ନାହିଁ, ଜାଣନ୍ତୁ ଟେକନିକ୍‌

ନୂଆଦିଲ୍ଲୀ: ଆପଣ ପ୍ରତି ଛୋଟ ଛୋଟ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଥର ନିଜ ପିନ୍ ବ୍ୟବହାର କରି ଥକି ଯାଉଛନ୍ତି କି? ଯଦି ହଁ ତେବେ ୟୁପିଆଇ ଲାଇଟ ୱାଲେଟ ଆପଣଙ୍କ ସାହାଯ୍ୟ କରିପାରିବ । ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି ସେବାମାନ ଦେଇଥାଏ । ଏହି ସମୟରେ ଆପଣ ପେଟିଏମ ୟୁପିଆଇ ୱାଲେଟର ବ୍ୟବହାର କରିପାରିବେ । ଏହାରି ମାଧ୍ୟମରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଖୁବଶିଘ୍ର ଏବଂ ସହଜରେ ପୂରା କରିପାରିବେ ।

ପେଟିଏମର ସଞ୍ଚାଳନ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ସୋମବାର ଦିନ କହିଛି ଯେ, ସେ ବର୍ତ୍ତମାନ ସେହି ୟୁଜର୍ସଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ୟୁପିଆଇ ଲାଇଟ ୱାଲେଟ ଉପରେ ଫୋକସ କରୁଛି, ଯେଉଁମାନେ ପ୍ରତିଦିନ ପେମେଣ୍ଟ ପାଇଂ କମ ମୂଲ୍ୟରେ ୱାଲେଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି ।

ପେଟିଏମ ୟୁପିଆଇ ଲାଇଟ ଏକ ଅନ-ଡିଭାଇସ ୱାଲେଟ ଭାବେ କାର୍ଯ୍ୟ କରୁଛି, ଯାହା ୟୁଜର୍ସଙ୍କୁ ଫଣ୍ଡଗ୍ଧୋର କରିବା ଏବଂ ପେମେଣ୍ଟ କରିବାର ଅନୁମତି ଦେଇଥାଏ । ଏହା ଶିଘ୍ର ପେମେଣ୍ଟର ସୁବିଧା ପ୍ରଦାନ କରିଥାଏ । ଏଥିରେ କୌଣସି ପିନର ଆବଶ୍ୟକତା ପଡେ ନାହିଁ ଏବଂ ଏହା କେବେ ହେଲେ ଫେଲ ହୋଇ ନଥାଏ ।

ୟୁପିଆଇ ଲାଇଟକୁ Paytmରେ କିପରି କରିବେ ଆକ୍ଟିଭ
-ସର୍ବ ପ୍ରଥମେ Paytm ଆପ ଓପନ କରନ୍ତୁ ।
– ଏହାପରେ ପେଟିଏମ ହୋମ ପେଜରେ UPI Lite Activate ଅଇକନ ଉପରେ ଟ୍ୟାପ କରନ୍ତୁ ।
-UPI LITE ପାଇଁ ଏଲିଜିବିଲିଟୀ ବ୍ୟାଙ୍କ ଆକାଉଁଣ୍ଟକୁ ଚୟନ କରନ୍ତୁ ।
-UPI LITE ରେ ଯୋଡାଯିବାକୁ ଥିବା ରାଶି ପ୍ରବେଶ କରନ୍ତୁ ।
-UPI PIN ପ୍ରବେଶ କରି ଭ୍ୟାଲିଡିଟୀ କରନ୍ତୁ, ଏହିପରି ୟୁପିଆଇ ଲାଇଟ ଆକାଉଣ୍ଟ ହୋଇଯିବ ।
-ଏହାପରେ UPI LITE  ଆକାଉଣ୍ଟ ହୋଇଯିବା ପରେ ଆପଣ ବିନା ପିନ ପକାଇ ୟୁପିଅ୍ଧବ ପେମେଣ୍ଟ କରିପାରିବେ ।

Get real time updates directly on you device, subscribe now.