fbpx

ସାରା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା

ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଆଜି ହେଉଛି ପହିଲି ରଜ । ସବୁ ପର୍ବପର୍ବାଣୀର ରାଣୀ ଭାବେ ରଜକୁ ପାଳନ କରାଯାଏ । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ରଜ ପର୍ବ ପୁରା ଫିକା ପଡିଯାଇଛି । ରାଜ୍ୟର ୧୧ଟି ଜିଲ୍ଲାରେ ସଟ-ଡାଉନ୍ ଲାଗୁ ହୋଇଥିବାରୁ ରାସ୍ତାଘାଟ ସବୁ ଶୂନଶାନ୍ ହୋଇ ଯାଇଛି । କିନ୍ତୁ ସବୁ ଘର ଘରଗୁଡିକରେ ପିଠାପଣା ପ୍ରସ୍ତୁତ ହୋଇଥିବା ବେଳେ ଝିଅମାନେ ସଜ ହେବାରେ ଲାଗିଛନ୍ତି ।

ଏହାରି ମଧ୍ୟରେ ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ଏହା ଆମର ଅନନ୍ୟ ପରମ୍ପରା । ଘରେ ରହି ପର୍ବକୁ ସ୍ୱତନ୍ତ୍ର କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ । ଏହା ସହ କୋଭିଡ-୧୯ର ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.