ନୂଆଦିଲ୍ଲୀ: ଅନଲାଇନ ସପିଙ୍ଗ କରୁଥିବା ସମୟରେ ଗ୍ରାହକ ସର୍ବଦା ରିଭ୍ୟୁ ପଢନ୍ତି । କାରଣ ସେମାନେ ସେହି ପ୍ରଡକ୍ଟର ଗୁଣବତ୍ତା ବିଷୟରେ ଜାଣିପାରିବେ । ହେଲେ ଇ-କମର୍ସ ସାଇଟରେ ବେଳେ ବେଳେ ଫେକ୍ ରିଭ୍ୟୁ ମଧ୍ୟ ଦିଆଯିବା ସହ ଭଲ ଭଲ ରିଭ୍ୟୁ ଦିଆଯାଇଥାଏ । ହେଲେ ସରକାର ଫେକ ରିଭ୍ୟୁକୁ ରୋକିବା ଲାଗି ପସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ ସରକାର ଇ-କମର୍ସ କମ୍ପାନୀମାନଙ୍କ ପାଇଁ କଂଜ୍ୟୁମର ରିଭ୍ୟୁର ଗୁଣବତ୍ତା ମାନଦଣ୍ଡକୁ ଅନୁପାଳନ ଅନିବାର୍ଯ୍ୟ କରିବା ଉପରେ ବିଚାର କରୁଛନ୍ତି । ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ, ଫେକ୍ ରିଭ୍ୟୁ ଉପରେ ଅଙ୍କୁଶ ଲଗାଯିବ ।
ସରକାର ଏକ ବର୍ଷ ପୂର୍ବରୁ ଇ-ବିକ୍ରେତାମାନଙ୍କ ପାଇଁ ନୂଆ ଗୁଣବତ୍ତା ମାନଦଣ୍ଡ ଜାରି କରିଥିଲେ, ଯେଉଁଥିରେ ସେମାନଙ୍କୁ ଜରିମାନା ଆଧାରିତ ସମୀକ୍ଷା ପ୍ରକାଶିତ କରିବାରେ ରୋକାଯାଇଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ, ଏପରି ପ୍ରଚାର ସାମଗ୍ରୀ ବିଷୟରେ ସ୍ପଷ୍ଟ ଭାବେ କୁହାଯାଉ ।
ଉପଭୋକ୍ତା ମାମଲାମାନ ମନ୍ତ୍ରଣାଳୟର ସଚିବ ନିଧି ଖରେ କହିଛନ୍ତି ଯେ, ଏହାପରେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଉତ୍ପାଦ ଏବଂ ସେବାମାନ ଉପରେ ଫେକ ରିଭ୍ୟୁ ଏବେ ବି ସାମ୍ନାକୁ ଆସୁଛି । ସେ କହିଛନ୍ତି ଯେ, ଅନଲାଇନ ରିଭ୍ୟୁ ଉପରେ ମିଛ ରିଭ୍ୟୁ ନଦେବାର ଚେତାବନୀକୁ ପ୍ରାୟ ଗୋଟିଏ ବର୍ଷ ହୋଇଗଲାଣି । କିଛି ସଂସ୍ଥାମାନ ଦାବି କରିଛନ୍ତି ଯେ, ସେମାନେ ଏହାର ଅନୁପାଳନ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବି ଫେକ ରିଭ୍ୟୁମାନ ପ୍ରକାଶିତ ହେଉଛି । ଖରେ କହିଛନ୍ତି ଯେ, ଉପଭୋକ୍ତାଙ୍କ ହିତ ପାଇଁ ବର୍ତ୍ତମାନ ଆମେ ଏହି ମାନକକୁ ବାଧ୍ୟତାମୂଳକ କରିବାକୁ ଚାହୁଁଛୁ ।