ୟୁଏଇରୁ ଫେରିଲେ ୨୧୫ ପ୍ରବାସୀ ଓଡିଆ

ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଓଡିଶା ଫେରିଲେ ପ୍ରବାସୀ ଓଡିଆ । ୟୁଏଇରୁ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ସ୍ୱତନ୍ତ୍ର ବିମାନ । ବିମାନରେ ୨୧୫ ଜଣ ପ୍ରବାସୀ ଓଡିଆ ଥିବା ଜଣାପଡିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯିବ ।ଏହି ବିମାନ ସାରଜାହାରୁ ଆଜି ସକାଳ ୮ଟାରେ ଉଡାଣ ଭରିଥିଲା ।

କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ଏହି ଚାଟାର୍ଡ ପ୍ଳେନ ଭୁବନେଶ୍ୱର ଆସିଛି । ୟୁଏଇର ଓଡ଼ିଆ ସମାଜ କିଛି ଯାତ୍ରୀଙ୍କ ଟିକେଟ ଦେଇଛିି । ଅନ୍ୟ ଯାତ୍ରୀମାନେ ନିଜସ୍ୱ ଖର୍ଚ୍ଚରେ ଆସିଛନ୍ତି । ତେବେ ବନ୍ଦେ ଭାରତ ମିଶନରେ ପୂର୍ବରୁ ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଦୁବାଇ, ଶ୍ରୀଲଙ୍କା ଓ ଆମେରିକାରୁ ମଧ୍ୟ ପ୍ରବାସୀମାନେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଛନ୍ତି।