fbpx

୨୨ ନା ୨୩, କେବେ ପଡୁଛି ବୁଦ୍ଧ ପୂର୍ଣ୍ଣିମା? ଜାଣନ୍ତୁ ସ୍ନାନ ମୁହୂର୍ତ୍ତ ଓ ପୂଜା ବିଧି

ଓଡ଼ିଶା ଭାସ୍କର: ଏଥର ବୁଦ୍ଧ ପୂର୍ଣ୍ଣିମା ମେ’ ୨୩ ଗୁରୁବାର ପାଳନ କରାଯିବ । ଏହା ବୈଶାଖ ପୂର୍ଣ୍ଣିମା ନାମରେ ବି ପରିଚିତ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଏ । ଏହିଦିନ ଭଗବାନ ବୁଦ୍ଧଙ୍କ ଜନ୍ମ ହୋଇଥିବାରୁ ଏହାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଏ । ଏହିଦିନ ଗଙ୍ଗା ସ୍ନାନ ଓ ଦାନର ବିଶେଷ ମହତ୍ତ୍ୱ ରହିଛି ।

ଏଥର ପୂର୍ଣ୍ଣିମା ତିଥି ମେ’ ୨୨ ସନ୍ଧ୍ୟା ୬ଟା ୪୭ ମିନିଟ୍‌ରେ ଆରମ୍ଭ ହେଉଛି ଓ ଏହା ମେ’ ୨୩ ସନ୍ଧ୍ୟା ୭ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହିଦିନ ସ୍ନାନ ଦାନ ସମୟ ସକାଳ ୪ଟା ୪ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା୨୬ ମିନିଟ୍ ପର୍ଯ୍ୟନ୍ତ ରହିବ ।

ବୁଦ୍ଧ ପୂର୍ଣ୍ଣିମା ପୂଜା ସମୟ ସକାଳ ୧୦ଟା ୩୫ ମି.ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧୨ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ । ବୁଦ୍ଧ ପୂର୍ଣ୍ଣିମା ଦିନ ଏଥର ସର୍ବାର୍ଥ ସିଦ୍ଧି ଯୋଗ, ଶିବ ଯୋଗ, ଶୁକ୍ର ସୂର୍ଯ୍ୟ ୟୁତି ଯୋଗ ଠାରୁ ଆରମ୍ଭ କରି ଶୁକ୍ରାଦିତ୍ୟ ଯୋଗ, ଗଜଲକ୍ଷ୍ମୀ ରାଜଯୋଗ ଆଦି ମଧ୍ୟ ସୃଷ୍ଟି ହେଉଛି ।

ସକାଳୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରି ପ୍ରବାହିତ ଜଳରେ କିଛି ରାଶି ନେଇ ଭସାଇ ଦିଅନ୍ତୁ । ଅଶ୍ୱତ୍ଥ ବୃକ୍ଷକୁ ବି ଜଳ ଅର୍ପଣ କରନ୍ତୁ । ଏହା ବ୍ୟତିତ ଏହିଦିନ ଦାନ ଦକ୍ଷିଣା କାର୍ଯ୍ୟ ମଧ୍ୟ କରନ୍ତୁ ।
ବୁଦ୍ଧ ପୂର୍ଣ୍ଣିମା ଦିନ ୧୧ଗୋଟି କଉଡି ଉପରେ ହଳଦୀ ଲଗାଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଓ ପରବର୍ତ୍ତୀ ଦିନ ତାହାକୁ ଲାଲ କପଡାରେ ବାନ୍ଧି ଟ୍ରେଜେରୀରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.