fbpx

ନେଦରଲ୍ୟାଣ୍ଡରେ ଚାପଗ୍ରସ୍ତ ମହିଳାଙ୍କୁ ମିଳିଲା ଇଚ୍ଛାମୃତ୍ୟୁର ମଞ୍ଜୁରୀ : ସେ ନିଜକୁ ଆଘାତ ଦେଉଥିଲେ, ୩ ବର୍ଷର ପ୍ରୟାସ ପରେ ପାଇଲେ ଅନୁମତି

ନୂଆଦିଲ୍ଲୀ : ନେଦରଲ୍ୟାଣ୍ଡରେ ଚାପଗ୍ରସ୍ତ ୨୯ ବର୍ଷ ବୟସ୍କା ମହିଳାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇଛି । ଏହି ମହିଳାଙ୍କ ନାମ ଜୋରାୟା ଟେର ବେକ, ଯିଏ ଜର୍ମାନୀ ସୀମା ନିକଟରେ ନେଦରଲ୍ୟାଣ୍ଡରେ ରୁହନ୍ତି । ସେ ଇଚ୍ଛାମୃତ୍ୟୁ ପାଇଁ ସାଢେ ତିନି ବର୍ଷ ଧରି ନେଦରଲ୍ୟାଣ୍ଡ ପ୍ରଶାସନକୁ ମନାଇବା ପାଇଁ ଚେଷ୍ଟା କରିଥିଲେ । ଦି ଗାର୍ଡିଆନଙ୍କ ଅନୁଯାୟୀ, ତାଙ୍କୁ ଏହି ମାସରେ ଇଚ୍ଛାମୃତ୍ୟୁ ଦିଆଯାଇପାରେ ।

ଜୋରାୟା ଦୀର୍ଘ ବର୍ଷ ଧରି ଅଟିଜିମ୍ ଏବଂ ଅସହ୍ୟ ମାନସିକ ସମସ୍ୟା ସହ ସଂଘର୍ଷ କରି ଆସୁଥିଲେ । ଅଟିଜିମ୍ ରୋଗୀ ନିଜକୁ ମାରନ୍ତି ଏବଂ ଆଘାତ କରନ୍ତି । ସେ ଆତ୍ମହତ୍ୟା ବିଷୟରେ ଚିନ୍ତା କରି ଚାଲିଛନ୍ତି । ଜୋରାୟା ଅନୁଭବ କଲେ ଯେ ବର୍ତ୍ତମାନ ତାଙ୍କ ସମସ୍ୟାର କୌଣସି ସମାଧାନ ନାହିଁ । ଏହି କାରଣରୁ ସେ ଇଚ୍ଛାମୃତ୍ୟୁ ଦାବି କରିଥିଲେ ।

ଏ ସଂପର୍କରେ ସେ କହିଛନ୍ତି, ପିଲାଦିନରୁ ହିଁ ମୋର ସମସ୍ୟା ଆରମ୍ଭ ହୋଇଥିଲା । ମୋତେ କ୍ରନିକ୍ ଡିପ୍ରେସନ୍, ଆଙ୍ଗଜାଇଟି, ଟ୍ରମା ଓ ପର୍ସନାଲିଟି ଡିଜର୍ଡର ଭଳି ସମସ୍ୟା ହେବାକୁ ଲାଗିଥିଲା । ଏହାଛଡ଼ା ମୁଁ ଅଟିଜିମ୍ରେ ମଧ୍ୟ ପୀଡ଼ିତ । ତେଣୁ ନିଜକୁ ନିଜେ କ୍ଷତି ପହଞ୍ଚାଇଥାଏ । କିଛି ବର୍ଷ ପରେ ଯେତେବେଳେ ମୋତେ ଜଣେ ପାର୍ଟନର ମିଳିଗଲେ ସବୁକିଛି ଠିକ୍ ହୋଇଯିବ ବୋଲି ଭାବିଥିଲି । କିନ୍ତୁ କୌଣସି ପରିବର୍ତ୍ତନ ହେଲା ନାହିଁ । ନିଜକୁ କ୍ଷତି ପହଞ୍ଚାଇବା ଜାରି ରଖିଲି । ନିଜ ସମସ୍ୟା ସହ ଲଢ଼ିବା ଲାଗି ଇଲୋକ୍ଟ୍ରୋକନ୍ଭଲ୍ସିଭ୍ ଥେରାପି(ଇସିଟି)ର ୩୦ରୁ ଅଧିକ ଥେରାପି ନେଲି । ସେହି ପ୍ରକ୍ରିୟାରେ ରୋଗୀଙ୍କୁ ବିଦ୍ୟୁତ୍ ଝଟ୍କା ଦିଆଯାଇଥାଏ । ତେବେ ଇସିଟିରୁ ବି ମୋତେ କିଛି ଲାଭ ମିଳିଲା ନାହିଁ । ଯେତେବେଳେ ଆପଣ ଚିକିତ୍ସା ଆରମ୍ଭ କରାଇଥାନ୍ତି ସେତେବେଳେ ସବୁକିଛି ଠିକ୍ ହୋଇଯିବ ବୋଲି ଏକ ଆଶା ରହିଥାଏ । କିନ୍ତୁ ସମୟ ବିତିବା ସହିତ ସେହି ଆଶା ବି ଶେଷ ହେବାକୁ ଲାଗିଲା । ଏହିପରି ୧୦ ବର୍ଷ ଧରି ବିଭିନ୍ନ ଉପାୟରେ ନିଜର ଚିକିତ୍ସା କରାଇବା ପରେ ଶେଷରେ ନିରାଶ ହୋଇ ସୁସ୍ଥ ଜୀବନ ବଞ୍ଚିବାର ଆଶା ଛାଡି଼ଦେଲି । ବାଧ୍ୟ ହୋଇ ପରେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କଲି ।

जोराया टेर बीक को इसी महीने इच्छा मृत्यु दी सकती है। (फाइल)

ତେବେ ସେ ଶାରିରୀକ ଭାବେ ବିଲକୁଲ୍ ଫିଟ୍ ଅଛନ୍ତି । ଏଭଳିସ୍ଥଳରେ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମିଳିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ନେଦରଲାଣ୍ଡସ୍ରେ ଇଚ୍ଛାମୃତ୍ୟୁକୁ ଆଇନଗତ ସ୍ୱୀକୃତି ମିଳିଛି । ସେଠାରେ ଇଚ୍ଛାମୃତ୍ୟୁ ଲାଗି ଅନୁମତି ମିଳିଯିବା ପରେ ଏକ ମେଡିକାଲ୍ ଟିମ୍ ବ୍ୟକ୍ତିଙ୍କ ଘରେ ଅନ୍ତିମ ପ୍ରକ୍ରିୟା କରିଥାନ୍ତି । ଏହି ସମୟରେ ରୋଗୀଙ୍କୁ ଏକ ସ୍ୱତନ୍ତ୍ର ପ୍ରକାର ଇଞ୍ଜେକସନ୍ ଦିଆଯାଏ ଓ କିଛି ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ହୁଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ୍ୟୁ ପରେ ମଧ୍ୟ ଏହି ମାମଲାର ଯାଞ୍ଚ୍ ହୋଇଥାଏ । ଯଦି ଡାକ୍ତରଙ୍କର ସାମାନ୍ୟ ଦାୟିତ୍ୱହୀନତା ସାମ୍ନାକୁ ଆସେ ତା’ହେଲେ ତାଙ୍କୁ ୧୨ ବର୍ଷ ଜେଲ୍ ଦଣ୍ଡ ମିଳିପାରେ ।

Get real time updates directly on you device, subscribe now.