fbpx

ଯଦି AAPକୁ ଭୋଟ ଦେବେ ରାହୁଲ ଗାନ୍ଧୀ, ତେବେ କେଜ୍ରିୱାଲ ଦେବେ କାହାକୁ? ଜାଣନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦିନ କହିଛନ୍ତି ଯେ, ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ବଟନ ଦବାଇବେ । ରାହୁଲ ଗାନ୍ଧୀ ଇଣ୍ଡିଆ ବ୍ଲକର ପ୍ରାର୍ଥୀଙ୍କ ସମର୍ଥନରେ ଦିଲ୍ଲୀରେ ଏକ ବଡ ରାଲିରେ ଏହା ଘୋଷଣା କରିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟୀର କାର୍ଯ୍ୟକର୍ତ୍ତାମାନଙ୍କଠାରୁ ଜାତୀୟ ରାଜଧାନୀରେ ସମସ୍ତ ୭ଟି ଲୋକସଭା ସିଟରେ ନିଜ ମେଣ୍ଟର ବିଜୟ ସୁନିଶ୍ଚିତ କରିବା ଲାଗି ଏକ ସାଙ୍ଗରେ କାମ କରିବାର ଅପିଲ କରିଛନ୍ତି । ଆସନ୍ତୁ ଜାଣିବା କେଜ୍ର୍ରିିୱାଲ କଣ କଂଗ୍ରେସକୁ ଭୋଟ ଦେବେ ।

ରାହୁଲ ଗାନ୍ଧୀ ରାଲିରେ ବି ଏହା ସ୍ପଷ୍ଟ କରିଛନ୍ତି ଯେ, କେଜ୍ର୍ରିିୱାଲ କଂଗ୍ରେସର ବଟନ ଦବାଇବେ । ରାହୁଲ କହିଛନ୍ତି ଯେ, ଏକ ସାଙ୍ଗରେ ମେଣ୍ଟର ବିଜୟ ସୁନିଶ୍ଚିତ କରିବା ପାଇଁ ଆମେ କାମ କରୁଛୁ ।
ରାହୁଲ ଗାନ୍ଧୀ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତରେ ମୁଖ୍ୟ ପ୍ରସଙ୍ଗକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ତାଙ୍କ ସହ ଯୁକ୍ତି କରିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ ପସନ୍ଦ ସାମ୍ବାଦିକମାନଙ୍କୁ ଲଗାତାର ଇଣ୍ଟରଭ୍ୟୁ ଦେଉଛନ୍ତି । ହେଲେ ସେ ମୋ ସହ ଯୁକ୍ତି କରିପାରିବେ ନାହିଁ । କାରଣ ସେ ଜାଣିଛନ୍ତି ସେ ମୋ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତି ପାଇଁ ସହମତ ଅଛନ୍ତି , ତେବେ ମୁଁ ପ୍ରଶ୍ନ ପଚାରିବାକୁ ଚାହୁଁଛି । ମୋର ପ୍ରଥମ ପ୍ରଶ୍ନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଦାନୀଙ୍କର କେଉଁ ସଂପର୍କ ରହିଛି । ଏହାପରେ ମୁଁ ତାଙ୍କୁ ନିର୍ବାଚନ ବଣ୍ଡ ବିଷୟରେ ପଚାରିବାକୁ ଚାହୁଁଛି । ଗାନ୍ଧୀ କହିଛନ୍ତି ଯେ, ଯୁକ୍ତିରେ ଏହି ଦୁଇଟି ପ୍ରଶ୍ନ ପଚାରିଯିବା ସହ ସେ ପ୍ରଦାନମନ୍ତ୍ରୀଙ୍କୁ ଏହା ପଚାରିବାକୁ ଚାହୁଁଛନ୍ତି ଯେ, ଲୋକେ କୋଭିଡ ମହାମାରୀରେ ପୀଡିତ ଥିଲେ, ସେହି ସମୟରେ ସେ ଜନତାଙ୍କୁ ଥାଳି ବଜାଇବା ଏବଂ ମୋବାଇଲର ଫ୍ଲାସ ଲାଇଟ ଅନ କରିବାକୁ କାହିଁକି କହିଥିଲେ ।

 

Get real time updates directly on you device, subscribe now.