fbpx

(Video) ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ଝାଞ୍ଜ-କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ

ପୁରୀ: ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ ସୋ କାର୍ଯ୍ୟକ୍ରମ ଚାଲିଛି । ଏହି ରୋଡ ସୋରେ ମନମୋହନ ସାମଲ, ସମ୍ବିତ ପାତ୍ର ସାମିଲ ହୋଇଛନ୍ତି । ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ରୋଡ ସୋ କାର୍ଯ୍ୟକ୍ରମ ଚାଲିଛି । ଦୁଇ ପାଶ୍ୱର୍ରେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ।

ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଏଥିସହ ଓଡ଼ିଆ ସଂସ୍କୃତି ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ କାର୍ଯ୍ୟକ୍ରମରେ ଝାଞ୍ଜ-କୀର୍ତ୍ତନର ବ୍ୟବସ୍ଥା କରାଯାଇଛି । ରୋଡ ସୋ ସମୟରେ ଝାଞ-କୀର୍ତ୍ତନ ମଧ୍ୟ ବାଜୁଛି । ଅନେକ ସଂଖ୍ୟାରେ ଲୋକେ ଏହି ରୋଡ ସୋ ରେ ଯୋଗ ଦେଇଛନ୍ତି ।

 

Get real time updates directly on you device, subscribe now.