ରାୟବରେଲି: ଆଜି ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପକ୍ରିୟା ଜାରି ରହିଛି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ତେବେ ଏଠାକାର ମତଦାନ କେନ୍ଦ୍ରରେ ଇଭିଏମ ମେସିନ ଖରାପ ପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଠାରେ ୨୦ରୁ ଅଧିକ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଛି। ମତଦାନ ସୁରଖୁରରେ କରିବା ପାଇଁ ଅନ୍ୟ ଇଭିଏମ୍ ମେସିନ ଅର୍ଡର କରାଯାଇଛି।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ଉଞ୍ଚାହ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୦୨, ୮୬, ୮୨, ୮୫ ରେ ଇଭିଏମ୍ ମେସିନରେ ତ୍ରୁଟି ରହିଛି। ସେହିପରି ସଦର ବିଧାନସଭା ଅଞ୍ଚଳରେ ବୁଥ୍ ନମ୍ବର ୨୧୦, ୪୨, ୩୪୪, ୨୨୫, ୩୯୧,୧୫୦ ରେ ଇଭିଏମ୍ ମେସିନ୍ କାମ କରୁନି। ହରଚାନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ ନମ୍ବର ୨୨୫, ୮୨, ୯୬, ୮, ୧୯, ୧୫୦ ରେ ଇଭିଏମ୍ ମେସିନ୍ରେ ତ୍ରୁଟି ଥିବା ଖବର ମିଳିଛି ।
ସେହିପରି ଉତ୍ତର ପ୍ରଦେଶ ବାଘରୱାନ୍ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୩୩୩ ଏବଂ ସରେନି ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ ନମ୍ବର ୩୫୫, ୨୦୯, ୯୦, ୧୪୩ ରେ ଇଭିଏମ୍ ମେସିନ୍ ଅକାମି ହୋଇଥିବା ନେଇ ସୂଚନା ମିଳିଛି। ଏଥିପାଇଁ ଲୋକେ ଭୋଟ୍ ଦେବାକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ଅନେକ ଭୋଟର ମତଦାନ କେନ୍ଦ୍ରରୁ ପଳାଉଛନ୍ତି। ମତଦାନରେ ଏପରି ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।