fbpx

ଅନୁଗୁଳ ଜନସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ- ଏଥର ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର

ପୁରୀ: ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୁରୀରେ ମୋଦୀଙ୍କ ରୋଡ୍ ଶୋ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଗୋଟିଏ ଝଲକ ଦେଖିବା ପାଇଁ ସକାଳୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ । ଏହି ରୋଡ୍ ଶୋ’ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ଥିଲେ । ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହେଉଥିଲା ଚତୁର୍ଦିଗ ।

ପୁରୀରେ ରୋଡ୍ ଶୋ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ଅନୁଗୁଳ ଗସ୍ତ କରିଥିଲେ । ସେଠାରେ ଏକ ଜନସଭାକୁ ଉଦ୍‌ବାଧନ ଦେଇ କହିଥିଲେ, ‘ଓଡ଼ିଶା କଳାର ଧାମ ଏବଂ ପ୍ରତି ପରିବାରରେ କଳା ଭର୍ତ୍ତି ରହିଛି । ଦିନ ୧୦ଟାରେ ଏଭଳି ଜନସମୁଦ୍ର ଦେଖି ମୁଁ ଅଭିଭୂତ । ସେହିପରି ସକାଳ ୭ଟାରେ ପୁରୀରେ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ମୁଁ ଓଡ଼ିଶା ଓ ଦେଶର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛି ।’

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ‘ଓଡ଼ିଶାର ଗରିବୀକୁ ଦେଖିଲେ ମୋତେ ବହୁତ କଷ୍ଟ ହୁଏ । ସମୃଦ୍ଧ ଓଡ଼ିଶାକୁ ବରବାଦ କରିବା ହେଉ କିମ୍ବା ଯୁବବର୍ଗଙ୍କ ସ୍ୱପ୍ନ ନଷ୍ଟ କରିବା । ଏହି ସବୁ ପଛରେ ରାଜ୍ୟ ସରକାର ଦାୟୀ । ଏଠାରେ ଥିବା ଖଣିଜ ସମ୍ପଦର ଲାଭ ଜନସାଧାରଣଙ୍କୁ ମିଳୁ ନାହିଁ ।’ ବିଜେଡିକୁ ୨୫ ବର୍ଷ ଭରସା କଲେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟବାସୀ ଆତ୍ମମନ୍ଥନ କରୁଛନ୍ତି ଯେ ଏତେ ବର୍ଷରେ ସେମାନଙ୍କୁ ମିଳିଲା କ’ଣ ? ତେଣୁ ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ । ଏଥର ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ସହ ରାଜ୍ୟର ବିକାଶ କାମ ଦ୍ୱିଗୁଣିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

Get real time updates directly on you device, subscribe now.