fbpx

ଏଣିକି Netflixରେ ଏହି ୟୁଜର୍ସ ଦେଖିପାରିବେ ନାହିଁ ଅଫଲାଇନ କଣ୍ଟେଣ୍ଟ, ଖୁବଶୀଘ୍ର ଆସିପାରେ ଏହି ଅପଡେଟ୍‌

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସାରା ଦୁନିଆରେ ଦେଖିବାକୁ ମିଳୁଛି । ହଲିଉଡ ଠାରୁ ନେଇ ବଲିଉଡ ପର୍ଯ୍ୟନ୍ତ ଆପଣଙ୍କୁ ଅଧିକାଂଶ ଫିଲ୍ମ ନେଟଫ୍ଲିକ୍ସରେ ମିଳିଯିବ । ନେଟଫ୍ଲିକ୍ସରେ ଏକ କମାଲ ସୁବିଧା ମିଳିଥାଏ । ଯେଉଁଥିରେ ୟୁଜର୍ସ ବିନା ଇଣ୍ଟରନେଟରେ ନିଜ ପସନ୍ଦ ଫିଲ୍ମ ବା ଅନେକ ୱେବ ସିରିଜ ଦେଖିପାରନ୍ତି । ହେଲେ ଏହା ଆପଣ ଅଫଲାଇନ କଣ୍ଟେଣ୍ଟ ଡାଉନଲୋଡ କରିଥିଲେ ଏହାକୁ ଦେଖିପାରିବେ । ରିପୋର୍ଟରେ କୁହାଯାଇଛି ଯେ, ଏହି ସୁବିଧା ଡେସ୍କଟପ ୟୁଜର୍ସଙ୍କ ପାଇଁ ବନ୍ଦ କରାଯାଇପାରେ ।

ସୋସିଆଲ ମିଡିଆ ସାରା ଏହି କଥାକୁ ନେଇ ଚର୍ଚ୍ଚା କରାଯାଉଛି ଯେ, ନେଟଫ୍ଲିକ୍ସ ଓି୍ୱଣ୍ଡୋଜ ପାଇଁ ନିଜ ଅଫଲାଇନ ଡାଉନଲୋଡ ସର୍ଭିଜ ବନ୍ଦ କରିପାରେ । ନେଟଫ୍ଲିକ୍ସ ଓି୍ୱଣ୍ଡୋଜ ଆପର ବ୍ୟବହାର କରୁଥିବା ୟୁଜର୍ସ କିଛି ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ସେ ନେଟଫ୍ଲିକ୍ସ ୱିଣ୍ଡୋଜ ଆପରେ ଏକ ଆଲର୍ଟ ମିଳିଛି ।

ରିପୋର୍ଟରେ କୁହାଯାଇଛି ଯେ, Artem Russakovaskii ନାମକ ଜଣେ ୟୁଜର୍ସ ଏକ୍ସରେ ନେଟଫ୍ଲିକ୍ସ ଆଲର୍ଟ ସହ ପୋଷ୍ଟ କରି ଲେଖିଛନ୍ତି ଯେ, ଖୁବ ଶିଘ୍ର ନୂଆ ଓି୍ୱଣ୍ଡୋଜ ଆପର ଏକ୍ସପେରିଏନ୍ସ ମିଳିବ । ଏହି ଅପଡେଟ ପରେ ଡାଉନଲୋଡସ୍ ସପୋର୍ଟ କରାଯିବ ନାହିଁ । ଏହି ଅପଡେଟ ସେହି ଲୋକମାନଙ୍କୁ ପ୍ରଭାବିତ କରିବ ଯେଉଁମାନେ ଟ୍ରାଭେଲିଂ ସମୟରେ ନିଜ ଲ୍ୟାପଟପରେ ନେଟଫ୍ଲିକ୍ସ ଦେଖିବା ପସନ୍ଦ କରିଥାଆନ୍ତି ।

Get real time updates directly on you device, subscribe now.