fbpx

ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ଓଡ଼ିଶା: ‘ନିର୍ବାଚନର Climax’ରେ ୬ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶା ଭାସ୍କର: ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ । ‘ନିର୍ବାଚନର କ୍ଲାଇମାକ୍ସ’ରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି ।

ଓଡ଼ିଶାର ୬ଟି ଲୋକସଭା ଆସନରେ ଆଜି ମହାଲଢେଇ ଆରମ୍ଭ ଆରମ୍ଭ ହୋଇଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ଭୋଟର ମତଦାନ ଜାରି ରଖିଛନ୍ତି । ଏହିସବୁ ସ୍ଥାନରେ ୬୬ ଜଣ ପ୍ରାର୍ଥୀ ମଇଦାନରେ ଲଢେଇ ଜାରି ରଖିଛନ୍ତି । କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଏବଂ ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ଼ା ଟକ୍କର ରହିଥିବା ବେଳେ ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଏବଂ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଶ୍ରୀକାନ୍ତ ଜେନାଙ୍କ ଭଳି ନେତା ମଧ୍ୟରେ ମହାଯୁଦ୍ଧ ଦେଖିବାକୁ ମିଳିବ । ଏହାବ୍ୟତୀତ ୬ଟି ଆସନର ୪୨ଟି ବିଧାନସଭା ଆସନରେ ମଧ୍ୟ ଭୋଟର ମତଦାନ କରିବେ । ବିଧାୟକଙ୍କ ତାଲିକାରେ ମୋଟ ୩୯୪ ଜଣ ପ୍ରାର୍ଥୀ ଶେଷ ପର୍ଯ୍ୟାୟ ମତଦାନରେ ସାମିଲ ରହିଛନ୍ତି । ତେବେ ଯାଜପୁରର ବିଭିନ୍ନ ବିଧାନସଭା ଆସନରେ କଡ଼ ଟକ୍କର ଦେଖିବାକୁ ମିଳିପାର ବୋଲି ଆଶା ରହିଛି ।

ରାଜ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାରିଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମତଦାନ ଜାରି ରହିବ । ରାଜ୍ୟରେ ଶେଷ ପର୍ଯ୍ୟାୟରେ ମୋଟ ୯୯ ଲକ୍ଷ ୬୧ ହଜାର ଭୋଟର ନିଜ ମତଦାନ କରିବା ପାଇଁ ଯାଉଛନ୍ତି । ତେଣୁ ଓଡ଼ିଶାରେ ମୋଟ ୧୦ ହଜାର ୫୮୭ଟି ବୁଥ୍ ରହିଥିବା ବେଳେ ୨୫ଟି ଅତିରିକ୍ତ ବୁଥ୍ କରାଯାଇଛି । ଏହାବ୍ୟତୀତ ଭୋଟରଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଶେଷ ପର୍ଯ୍ୟାୟରେ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.