fbpx

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ: ଅସୁସ୍ଥ ଅବସ୍ଥାରେ ବାସଭବନରେ ଆଖି ବୁଜିଲେ ବିଶିଷ୍ଟ କଳାକାର

କେନ୍ଦୁଝର: କଣ୍ଢେଇ ନାଚକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥ ରହିଥିବା ବେଳେ ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୨ ମାସ ଧରି ଚିକିତ୍ସାଧୀନ ରହିଥିବା ବେଳେ ଆଜି କେନ୍ଦୁଝରଗଡ଼ ସ୍ଥିତ ନିଜ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି । ଓଡ଼ିଶାର ପ୍ରସିଦ୍ଧ କଣ୍ଢେଇ ନାଚକୁ ସେ କେବଳ ଭାରତ ନୁହେଁ, ସାରା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ । ତେଣୁ ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା । ତେବେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି ।

ସୂଚନା ଅନୁସାରେ, କିଛି ଦିନ ତଳେ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ମଧ୍ୟ ସେ ପୀଡ଼ିତ ଥିଲେ । ଏହାପରେ ଚିକିତ୍ସା ପରେ ସେ ଘରକୁ ଫେରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ମଧ୍ୟରେ ସେ ନିଜ ୨ ଜଣ ପୁଅଙ୍କୁ ହରାଇଥିଲୋ ଯାହା ବାର୍ଦ୍ଧକ୍ୟ ଅବସ୍ଥାରେ ତାଙ୍କୁ ବେଶ୍ ଯନ୍ତ୍ରଣା ଦେଇଥିଲା ।

ତେବେ ଓଡ଼ିଶାର ପ୍ରସିଦ୍ଧ କଣ୍ଢେଇ ନାଚକୁ ସେ ବିଶ୍ୱ ବିଖ୍ୟାତ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ତାଙ୍କର ,ହି ଅକ୍ଳାନ୍ତ ପରିଶ୍ରମ ଏବଂ ଅପୂର୍ବ ଚେଷ୍ଟା ଯୋଗୁଁ ଭାରତ ସରକାର ଗତବର୍ଷ(୨୦୨୩) ମସିହାରେ ତାଙ୍କୁ ପଦ୍ୱଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ତେବେ ଆଜି ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ମୃତ୍ୟୁ କଳା ଜଗତରେ ଏକ ଅପୂରଣୀୟ କ୍ଷତି କୁହାଯାଉଛି । ତେଣୁ ଏଭଳି ଜଣେ ପ୍ରଖ୍ୟାତ କଳାକାରଙ୍କ ଦେହାନ୍ତ ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.