fbpx

ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତ୍ରୀ ସସ୍ମିତା ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ଫଳାଫଳ ଘୋଷଣା ହେବ । ଏଥର ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବ ବୋଲି ବିଜେଡି କହିଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ବୟାନ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ନିକଟରେ ଦଳୀୟ ସଂଗଠନରେ କିଛି ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କିଛି ନେତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଏହି କ୍ରମରେ ଜଣେ ନେତ୍ରୀଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ବାଲିକୁଦା-ଏରସମା ବିଧାନସଭା ମଣ୍ଡଳୀର ବରିଷ୍ଠ ନେତ୍ରୀ ସସ୍ମିତା ଦାସଙ୍କୁ ବିଜେଡିରୁ ବହିଷ୍କୃତ କରଯାଇଛି । ଏନେଇ ଦଳ ପକ୍ଷରୁ ଏକ ପେସ୍ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ, ଦଳରେ କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପୁଅ ତଥା ଯୁବ ନେତା ଆଦିତ୍ୟନନ୍ଦନ ଦାସଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସଭାପତି ଓ ଶାଶ୍ୱତ ନାୟକଙ୍କୁ ରାଜ୍ୟ ଯୁବ ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.