fbpx

ଏକଜିଟ୍ ପୋଲ୍ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଉତ୍ସବର ମାହୋଲ, ମୋଦୀ ମାସ୍କ ପିନ୍ଧି ଚାଲିଛି ମିଠା ପ୍ରସ୍ତୁତି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଘୋଷଣା ହେବ । ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖାଦେଇଛି । ଏଥର କେନ୍ଦ୍ରରେ କେଉଁ ରାଜନୈତିକ ଦଳ କ୍ଷମତାକୁ ଆସିବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । ଏଥିମଧ୍ୟରେ ଏକଜିଟ୍ ପୋଲକୁ ନେଇ ବିଜେପି ଭୋଟର ଏବଂ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଜୟ ଉତ୍ସବ ପାଳନ ପାଇଁ ସେମାନେ ମିଠା ପ୍ୟାକିଂ କରିବାରେ ବ୍ୟସ୍ତ ଥିବାରେ ଦେଖାଯାଇଛି ।

ଲୋକସଭା ନିର୍ବାଚନର ସମସ୍ତ ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ନେଇ ଆଶା କରାଯାଉଛି । ଏଥର NDA ୪୦୦ ଅତିକ୍ରମ କରିବ କି ନାହିଁ ତାହା କେବଳ ଜୁନ୍ ୪ରେ ଜଣାପଡ଼ିବ । ବର୍ତ୍ତମାନ ସମୟରେ କିନ୍ତୁ ସାରା ଦେଶରେ ବିଜେପି ସମର୍ଥକଙ୍କ ମନରେ ଉତ୍ସବ ପାଳନ କରିବାର ମନୋବଳ ରହିଛି । ପାଟନାରେ ବିଜେପି ସମର୍ଥକଙ୍କ ଜୋଶ ଏପରି ରହିଛି ଯେ ସେମାନେ ମୋଦୀ ମାସ୍କ ପିନ୍ଧି ଲଡୁ ପ୍ରସ୍ତୁତ କରୁଥିବାର ଦେଖାଦେଇଛି । ଏକଜିଟ୍ ପୋଲର ଫଳାଫଳ ଘୋଷଣା ହେବା ପରେ ଏହି ଲଡୁ ସମର୍ଥକଙ୍କ ମଧ୍ୟରେ ବଣ୍ଟନ ହେବ । ସେହିପରି ମୁମ୍ବାଇରେ ମଧ୍ୟ ଏକଜିଟ୍ ପୋଲକୁ ନେଇ ଉତ୍ସବର ମାହୋଲ ରହିଛି । କିଛି ମିଠା କାରିଗରମାନେ ବିଜେପି ଚିହ୍ନ ଥିବା ମିଠା ପ୍ରସ୍ତୁତ କରିଛନ୍ତି । ଏହା ସହ ମନ୍ଦିର ଏବଂ ମସଜିଦକୁ ମଧ୍ୟ ସାଜସଜ୍ଜା କରାଯାଇଛି । ଅପରପକ୍ଷରେ କୋଲକାତାରେ ମଧ୍ୟ ଇଣ୍ଡିଆ ମେଣ୍ଟର କଂଗ୍ରେସ, ଟିଏମସି ଏବଂ ଅନ୍ୟ ଦଳର ନିର୍ବାଚନୀ ଚିହ୍ନ ଥିବା ମିଠା (ସନ୍ଦେଶ ଏବଂ ଛେନାରେ ପ୍ରସ୍ତୁତ ମିଠା) ପ୍ରସ୍ତୁତ କରିଛନ୍ତି । ସେହିପରି ଜବଲପୁର, ବାରାଣସୀ ଏବଂ ଅନ୍ୟ ଅଞ୍ଚଳରେ ନିର୍ବାଚନୀ ଫଳାଫଳ ଘୋଷଣାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ମୋଦୀଙ୍କ ବିଜୟ ଏବଂ ଏନଡିଏର ୪୦୦ ପାର ଆସନ ମିଳିବା କାମନା କରି ବାରାଣାସୀରେ ରୁଦ୍ରାଭିଷେକ ଯଜ୍ଞ ଆୟୋଜିତ କରାଯାଇଥିଲା । ଅପରପକ୍ଷରେ କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

 

 

Get real time updates directly on you device, subscribe now.