fbpx

Poll Counting-2024; ବାଲେଶ୍ୱରରେ ପ୍ରତାପ ନନାଙ୍କ ହାଲ୍ଲାବୋଲ: ଚିନ୍ତାରେ ବିଜେଡି-ଲେଖାଶ୍ରୀ

ଓଡ଼ିଶା ଭାସ୍କର: ଓଡ଼ିଶା ନିର୍ବାଚନ-୨୦୨୪ରେ ଆଜି ହେଉଛି ଫଇସଲାର ଦିନ । ଆଜି ଭୋଟ ଗଣତି ପରେ ପ୍ରକାଶ ପାଇବ ନିର୍ବାଚନର ଫଳାଫଳ । କେଉଁ ଆସନରେ କାହାର ହେବ ବିଜୟ ଏବଂ କାହାକୁ ମିଳିବ ପରାଜୟ, ଏହାର ଘୋଷଣାକୁ ଅପେକ୍ଷା କରିଛି ଓଡ଼ିଶା । ତେବେ ବାଲେଶ୍ୱର ରାଜନୀତି କିନ୍ତୁ ସରଗରମ ହୋଇଛି । ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ ପ୍ରତାପ ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିରେ ପ୍ରତାପ ଷଡ଼ଙ୍ଗୀ ଖୁବ ଆଗରେ ରହିଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଗଲାଣି ବିଜୁ ଜନତା ଦଳ ।

ବିଜେପି ଛାଡ଼ି ବିଜେଡିକୁ ଗଲେ । ଟିକେଟ ବି ପାଇଲେ । ଲୋକସଭା ଆସନରୁ ବିଜେଡି ପାଇଁ ଲଢ଼େଇ କଲେ । ହେଲେ ଏବେ ବାଟ ପୁରା ବଣା ହୋଇଯାଇଛନ୍ତି ଲେଖାଶ୍ରୀ । ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଆଗରେ ଲେଖାଶ୍ରୀଙ୍କ ଲେଖା ପୁରା ଛିଡ଼ିବାକୁ ବସିଲାଣି । ଓଡ଼ିଶା ରାଜନୀତି ପୁରା ଏପଟ ସେପଟ ହେବାକୁ ବସିଛି । ବିଜେଡି ପଛରେ ଥିବା ବେଳେ ବିଜେପି ଆଗରେ ରହିଛି । ଖବର ଲେଖାହେଲା ବେଳକୁ ବିଜେପି ବିଧାନସଭାରେ ୫୮ ପାଇଥିବା ବେଳେ ବିଜେଡି ପାଇଛି ୪୨ । ଏହାକୁ ନେଇ ଏବେ ଟେନସନରେ ପଡ଼ିଛନ୍ତି ଲେଖାଶ୍ରୀ । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲେ ମଧ୍ୟ ପ୍ରତାପ ଷଡ଼ଙ୍ଗୀ ଲେଖାଶ୍ରୀଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ।

Get real time updates directly on you device, subscribe now.