fbpx

ଇସ୍ତଫା ଦେବେ ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବେ ଓଡ଼ିଶାର ମହା ଜନନାୟକ

ଭୁବନେଶ୍ୱର: ୨୪ ବର୍ଷର ଶାସନଭାରରୁ ଆଜି ମୁକ୍ତ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧.୩୫ରେ ସେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବେ । ୧୧.୩୦ରେ ନବୀନ ନିବାସରୁ ବାହାରି ରାଜଭବନରେ ପହଞ୍ଚିବେ । ଏବଂ ଏହାପରେ ୨୪ ବର୍ଷରୁ ସୁଚାରୂ ରୂପରେ ତୁଲାଇଥିବା ଏକ ବଡ଼ ଦାୟିତ୍ୱରୁ ଇସ୍ତଫା ପ୍ରଦାନ କରିବେ । ୨୦୨୪ ନିର୍ବାଚନରେ ପରାସ୍ତ ହେବା ପରେ ଆଜି ଏହି ଦାୟିତ୍ୱରୁ ସେ ବିଦାୟ ନେବାକୁ ଯାଉଛନ୍ତି । ଏହାପରେ ଓଡ଼ିଶାରେ ଗଠନ ହେବ ଏକ ନୂଆ ସରକାର ।

Get real time updates directly on you device, subscribe now.