fbpx

ସବୁ ଆଡେ ଚର୍ଚ୍ଚା: ଲୋକସଭା ନିର୍ବାଚନ ଫଳାଫଳ ଆସିବା ମାତ୍ରେ ପିଏମ ମୋଦୀଙ୍କୁ ଟ୍ୱିଟ କରି ଏପରି କହିଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ ଭାରତରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସାରା ଦୁନିଆରୁ ଅଭିନନ୍ଦନର ସୁଅ ଛୁଟୁଛି ହେଲେ ମୋଇଜ୍ଜୁଙ୍କ ଅଭିନନ୍ଦନ ଖାସ ଅଟେ । କାରନ ମୋଇଜ୍ଜୁ ନିର୍ବାଚନ ଜିତିବା ପାଇଁ ମାଳଦ୍ୱୀପରେ ଆଉଟ ଇଣ୍ଡିଆ କ୍ୟାମ୍ପେନ ଚଳାଇଥିଲେ । ବର୍ତ୍ତମାନ ଏକ୍ସରେ ୟୁଜର୍ସ ମୋଇଜ୍ଜୁଙ୍କ ଏହି ଟ୍ୱିଟ୍ସର ଜବାବ ଦେଉଛନ୍ତି ।

ମାଳଦ୍ୱୀପର ରାଷ୍ଟ୍ରପତି ମୋଇଜ୍ଜୁ ଟ୍ୱିଟ କରିଛନ୍ତି ଯେ, ୨୦୨୪ ଭାରତୀୟ ସାଧାରନ ନିର୍ବାଚନରେ ଲଗାତାର ତୃତୀୟ ଥର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ । ମୁଁ ଦୁଇ ଦେଶର ହିତ ପାଇଁ ଏବଂ ଆଗକୁ ବଢିବା ଲାଗି ମିଶିକରି କାର‌୍ୟ୍ୟ କରିବାକୁ ଉତ୍ସୁକ ଅଟେ । ଆମେ ଦୁଇ ଦେଶ ପାଇଁ ସମୃଦ୍ଧି ଏବଂ ସ୍ଥିରତାର ଅନୁସନ୍ଧାନରେ ଅଛି ।

ମୋଇଜ୍ଜୁଙ୍କ ଏହି ଅଭିନନ୍ଦନ ଟ୍ୱିଟରେ ଉତ୍ତର ଦେଇ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ତାଙ୍କର ଦୁଇ ପ୍ରକାରର ଦୋସ୍ତି ରହିଛି, ଗୋଟିଏ ଚୀନ ପରି ଏବଂ ଅନ୍ୟଟି ଭାରତ ଏବଂ ରୁଷ ପରି । ଭାରତର ସର୍ବଦା ପ୍ରକୃତ ବନ୍ଧୁ ପାଇଁ ଛିଡା ହେବ, ଯଦି ଆପଣ ପିଠିରେ ଛୁରୀ ଭୁଷିବେ, ତେବେ ଆପଣଙ୍କର ଖରାପ ଅବସ୍ଥା ନିଶ୍ଚିତ ଭାବେ ଆପଣଙ୍କୁ ଅସୁବିଧାରେ ପକାଇବ । ଏଥିସହ ଲୋକେ ଇଣ୍ଡିଆ ଆଉଟ କ୍ୟାପେନ ର ଫଟୋ ସେୟାର କରୁଛି ।

Get real time updates directly on you device, subscribe now.