fbpx

Disney+ Hotstarରେ ଫ୍ରିରେ ଦେଖନ୍ତୁ T20 ୱାର୍ଲଡ କପ, କ୍ରିକେଟ ପ୍ରେମୀଙ୍କ ପାଇଁ ଏୟାରଟେଲ ଆଣିଲା ଜବରଦସ୍ତ ପ୍ଲାନ

ନୂଆଦିଲ୍ଲୀ: ଆଇସିସି ମେନ୍ସ ଟି୨୦ ୱାର୍ଲଡ କପ୍ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ଏୟାରଟେଲ ନିଜ ପ୍ରିପେଡ, ପୋଷ୍ଟପେଡ ଏବଂ ଏକ୍ସଟ୍ରିମ ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି । ଏଥିରେ ୟୁଜର୍ସଙ୍କୁ ଫ୍ରି-ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ମିଳିବ । ଏହି ଖାସ ପ୍ଲାନ କ୍ରିକେଟ ପ୍ରେମୀଙ୍କ ପାଇଁ ଅଣାଯାଇଛି । ଏହାରି ମାଧ୍ୟମରେ ୟୁଜର୍ସ ଟି୨୦ ୱାର୍ଲଡ କପର ମଜା ଉଠାଇପାରିବେ । ଏହି ପ୍ଲାନର ଖାସ କଥା ହେଉଛି ବୈଦେଶିକ ଯାତ୍ରା କରୁଥିବା ୟୁଜର୍ସଙ୍କୁ ସ୍ପେଶାଲ ଇଣ୍ଟରନେସନାଲ ରୋମିଙ୍ଗ ପ୍ୟାକ ମିଳିବ । ଏହି ପ୍ଲାନ ଅନୁଯାୟୀ, ୟୁଜର୍ସ ୨୦ରୁ ଅଧିକ ଓଟିଟି ସେବାମାନ ସହ ଏୟାରଟେଲ ଏକ୍ସଟ୍ରିମ ପ୍ଲେ ର ମଧ୍ୟ ଆକ୍ସେସ କରିପାରିବେ । ଏହି ରିଚାର୍ଜ ପ୍ଲାନ ଏୟାରଟେଲ ଥ୍ୟାଙ୍କସ ଆପ ଜରିଆରେ ଉପଲବ୍ଧ ଅଟେ ।

ଏୟାରଟେଲ ପୋଷ୍ଟପେଡ ୟୁଜର୍ସଙ୍କର ଯେକୌଣସି ପ୍ଲାନ ସହ ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ମିଳିବ । ଏଥିସହ ଏକ୍ସଟ୍ରିମ ପ୍ଲେର ତିନି ମାମର ସବସ୍କ୍ରିପସନ ମଧ୍ୟ ମିଳିବ । ପୋଷ୍ଟପେଡ ପ୍ଲାନର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇଥାଏ, ଯେଉଁଥିରେ ୭୫ ଜିବି ଡାଟା ମିଳିବ ।

ଏୟାରଟେଲର ପ୍ରିପେଡର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ମିଳିବ । ଏଥିରେ ଭିନ୍ନ ଭିନ୍ନ ଭ୍ୟାଲିଡିଟୀ ହିସାବରେ ଡେଲି ଡାଟା ଲିମିଟର ତିନୋଟି ପ୍ଲାନ ରହିଛି । ସବୁଠାରୁ ମହଙ୍ଗା ପ୍ଲାନ ୩ ହଜାର ୩୫୯ ଟଙ୍କା ଅଟେ । ଏଥିରେ ଓଟିଟି ପ୍ଲାଟଫର୍ମର ଏକ ବର୍ଷର ସବସ୍କ୍ରିପସନ ଦେଇଥାଏ । ଏହା ବ୍ୟତୀତ ୨୦ ରୁ ଅଧିକ ଓଟିଟି ପ୍ଲାଟଫର୍ମକୁ ଅନଲକ କରିପାରିବେ ।

Get real time updates directly on you device, subscribe now.