fbpx

OJEE ୨୦୨୪ ରେଜଲ୍ଟ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ରେଜଲ୍ଟ / ରାଙ୍କ କାର୍ଡ ଚେକ୍ କରିପାରିବେ । ଗତ ମାସ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ୩ଟି ଶିଫ୍ଟରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଡ଼ରେ ପରୀକ୍ଷା କରାଯାଇଥିଲା । ପରୀକ୍ଷାର ଅବଧି ଦୁଇ ଘଣ୍ଟା ବିଶିଷ୍ଟ ରହିଥିବା ବେଳେ ରାଜ୍ୟର ୩୦ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି କେନ୍ଦ୍ରରେ ପରୀକ୍ଷା ଚାଲିଥିଲା ।

ଏଥିରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀମାନେ ଡିଗ୍ରୀ କୋର୍ସ (ବି.ଫାର୍ମ, ଇଣ୍ଟିଗ୍ରେଟେଡ ଏମବିଏ), ଲାଟେରାଲ ଆଡମିସନ ଟୁ ସେକେଣ୍ଡ ଇୟର (ଥାର୍ଡ ସେମିଷ୍ଟର) (ବି.ଟେକ / ବି.ଫାର୍ମ / ଏମସିଏ), ମାଷ୍ଟର୍ସ ଡିଗ୍ରୀ କୋର୍ସ (ଏମସିଏମ, ଏମବିଏ, ଏମ.ଟେକ, ଏମ.ଫାର୍ମ, ଏମ.ଆର୍କ, ଏମ.ପ୍ଲାନ, ଏମ. ଆର୍କ (ଏକ୍ସ.) ଆଦିରେ ନାମଲେଖାଇ ପାରିବେ । ଏଥିପାଇଁ ଜାନୁଆରୀ ୨୫ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅନଲାଇନ୍ ଆବେଦନ ଅବଧିକୁ ବୃଦ୍ଧି କରାଯାଇଥିଲା । ପ୍ରାର୍ଥୀମାନେ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଅନଲାଇନରେ ପଞ୍ଜିକରଣ କରିପାରିଥିଲେ ।

ରେଜଲ୍ଟ ଲିଙ୍କ: https://cdn.digialm.com//EForms/configuredHtml/2344/88594/login.html

Get real time updates directly on you device, subscribe now.