fbpx

ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇ ସମାଲୋଚକଙ୍କୁ ନିନ୍ଦା କଲେ ନବୀନ

ଭୁବନେଶ୍ୱର: ବିଜେଡି ନେତା ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କ ସଂପର୍କରେ ଚାଲିଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ପାଣ୍ଡିଆନଙ୍କୁ ନେଇ ଯାହା ସବୁ ସମାଲୋଚନା ହେଉଛି ତାହାକୁ ମୁଁ ଗଭୀର ଭାବରେ ନିନ୍ଦା କରୁଛି ।
ଏହା ସହ ନବୀନ କହିଛନ୍ତି ପାଣ୍ଡିଆନ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢିନାହାନ୍ତି । ସେ କହିଛନ୍ତି ପରାଜୟକୁ ମୁଁ ସ୍ୱୀକାର କରିବା ସହ ରାଜ୍ୟବାସୀଙ୍କ ସେବା ଜାରି ରଖିବି । ତାଙ୍କୁ ରାଜ୍ୟବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ଆଜି ପୁଣି କହିଛନ୍ତି ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ଭି.କେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ ଆଜି ଏ ସଂପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଓ ସମାଲୋଚକମାନଙ୍କୁ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.