fbpx

ରାହୁଲ ହେବେ ବିରୋଧୀ ଦଳର ମୁଖ୍ୟ ନେତା !

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କଂଗ୍ରେସର କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚିତ ସମସ୍ତ କଂଗ୍ରେସ ସାଂସଦ ଯୋଗ ଦେଇଥିଲେ । ବୈଠକରେ ସାମିଲ ହୋଇଥିବା ଅଧିକ ସାଂସଦ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳର ନୋତା ଭାବରେ ସମର୍ଥନ କରିଥିଲେ । ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ ।

ସେହିପରି ଏହି ନିର୍ବାଚନରେ ବିଜେପି ପରେ କଂଗ୍ରେସ ତାହାର ନିକଟତମ ପ୍ରତିଦ୍ୱନ୍ଦୀ ଭାବରେ ଛିଡା ହୋଇଛି । ନିୟମ ଅନୁସାରେ ଏଥର କଂଗ୍ରେସ ନେତାମାନେ ବିରୋଧୀ ଦଳର ନେତା ଭାବରେ ମାନ୍ୟତା ପାଇପାରିବେ । ଏହି ବରୋଧୀ ଦଳର ନେତା ହେବା ପାଇଁ ମୋଟ୍ ଆସନ ମଧ୍ୟରୁ ଅତି କମରେ ୧୦% ଅର୍ଥାତ ୫୫ଟି ଆସନ ରହିବା ନିହାତି ଆବଶ୍ୟକ । ଏଥିଲାଗି ବିରୋଧୀ ଦଳର ନେତା ହେବାକୁ ରାହୁଲ ଗାନ୍ଧୀଙ୍କୁ ବଛାଯାଉଛି । ଏହାପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.