fbpx

(Video)ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିବାକୁ ଗାଡି ଛାଡି ଦୌଡିଲେ ଏହି ନେତା, ଭିଡିଓ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳରେ ଏଥର ବହୁ ନୂଆ ଚେହେରା ନଜର ଆସିବେ । ଏଥିରେ ରବନୀତ୍ ବିଟ୍ଟୁଙ୍କ ନାମ ବି ରହିଛି । ଶପଥ ଗ୍ରହଣ ପୂର୍ବରୁ ସମସ୍ତ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ଆବାସକୁ ଆମନ୍ତ୍ରଣ କରାଯାଇଥିଲା । ରବନୀତ୍ ବିଟ୍ଟୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯାଉଥିବା ସମୟରେ ତାଙ୍କ ଗାଡି ଟ୍ରାଫିକ୍‌ରେ ଫସି ଯାଇଥିଲା । ଏହାପରେ ବିଟ୍ଟୁ ଗାଡି ଛାଡି ଦେଇ ପ୍ରଧାନମନ୍ତ୍ରୀଙ୍କ ଆବାସ ଆଡକୁ ଦୌଡିବା ଆରମ୍ଭ କଲେ । ସୋସିଆଲ ମିଡିଆରେ ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି ।

ରବନୀତ ସିଂହ ବିଟ୍ଟୁ ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଏଥର ତାଙ୍କୁ ଲୁଧିଆନା ସିଟ୍‌ରୁ ପରାଜୟର ସାମ୍ନା କରିବାକୁ ପଡିଛି । ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ସେ କଂଗ୍ରେସ ଟିକେଟରୁ ଥରେ ଆନନ୍ଦପୁର ସାହିବରୁ ଓ ଦ୍ୱିତୀୟ ଥର ଲୁଧିଆନାରୁ ସାଂସଦ ରହି ଆସିଛନ୍ତି । ଏଥର ଲୁଧିଆନାରୁ କଂଗ୍ରେସର ଅମରିନ୍ଦର ରାଜା ବଣ୍ଡିଂ ବିଜୟ ଲାଭ କରିଛନ୍ତି । ରବନୀତ ସିଂହ ବିଟ୍ଟୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ନାତି ଅଟନ୍ତି । ସେ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.