fbpx

କାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦୁଆର: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନୂଆ ମନ୍ତ୍ରୀମଣ୍ଡଳ

ପୁରୀ: ଓଡ଼ିଶାର ନୂଆ ସରକାର ଗଠନ ହୋଇଛି । ନୂଆ ଦାୟିତ୍ୱ ନେବା ମାତ୍ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର । ଏଣିକି ଭକ୍ତ ଯେକୌଣସି ଦ୍ୱାର ଦେଇ ଜଗାଦର୍ଶନ ପାଇଁ ଯାଇପାରିବେ । ଅପରାହ୍ନରେ ଶପଥପାଠ ପରେ କ୍ୟାବିନେଟ ବୈଠକ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରର ୪ଟି ଦ୍ୱାର ଖୋଲାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳ ସହ ପୁରୀ ଗସ୍ତ କରିଛନ୍ତି । ନୂଆ ମନ୍ତ୍ରୀମଣ୍ଡଳର ଉପସ୍ଥିତିରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ କ୍ୟାବିନେଟ ମୋହର ବାଜିଛି ।

Get real time updates directly on you device, subscribe now.