ନୂଆଦିଲ୍ଲୀ: ସମସ୍ତ ଫୁଟବଲ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ନିରାଶାଜନକ ଖବର । ଫୁଟବଲ ଜଗତର କିମ୍ବଦନ୍ତୀ ତଥା ଆର୍ଜେଣ୍ଟିନାର ବିଶ୍ୱକପ ବିଜେତା ଫୁଟବଲର ଲିଓନେଲ ମେସିଙ୍କୁ ଆଗାମୀ ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ନାହିଁ । ମେସି ଅଲିମ୍ପିକ୍ସରେ ଭାଗନେବେ କି ନା ସେନେଇ ଫ୍ୟାନ୍ସଙ୍କ ମଧ୍ୟରେ ନାନା ଚର୍ଚ୍ଚା ଦେଖିବାକୁ ମିଳୁଥିବା ବେଳେ ଏବେ ଉକ୍ତ ଚର୍ଚ୍ଚାର ଅନ୍ତ ଘଟିଛି । ଏହ ବିଶ୍ୱସ୍ତରୀୟ ଇଭେଣ୍ଟରେ ସାମିଲ ନହେବା ନେଇ ନିଜେ ମେସି କାରଣ ଉଲ୍ଲେଖ କରିଛନ୍ତି ।
ବୟସାଧିକ୍ୟ କାରଣରୁ ସେ ଆଗାମୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ ବୋଲି ମେସି କହିଛନ୍ତି । ନିଜର ୱାର୍କଲୋଡକୁ ଅତ୍ୟନ୍ତ ସାବଧାନତାର ସହିତ ମ୍ୟାନେଜ କରିବା ଜରୁରୀ । ଆଠ ଥର ବାଲନ ଡି ଅର ବିଜେତା ବର୍ତ୍ତମାନ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଗତଥର ଆର୍ଜେଣ୍ଟିନା କୋପା ଆମେରିକା ବିଜେତା ହୋଇଥିବା ବେଳେ ଚଳିତ ଥର ତାହାକୁ ପୁନର୍ବାର ଜିତିବା ଲକ୍ଷ୍ୟଷର ରହିଛି । ଜୁନ୍ ୨୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ଖେଳାଯିବ ।