fbpx

ଶାନ୍ତି ବଜାୟ ରଖିବା ପାଇଁ ଭାରତ-ଚୀନ ସହମତ

ନୂଆଦିଲ୍ଲୀ, ୧୭ା୬: ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣାରେ ଆଜି ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଫୋନ ଯୋଗେ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇଥିବା ନେଇ ସୂଚନା ରହିଛି । ସୀମା ସ୍ଥିତି ନେଇ ସେମାନେ କଥା ବାର୍ତ୍ତା ହୋଇଛନ୍ତି । ଭାରତ-ଚୀନ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ସହମତ ହୋଇଛନ୍ତି । କିନ୍ତୁ ଭାରତ ସୈନିକ ଆକ୍ରମଣ କରିଥିବା ନେଇ ଚୀନ ଅଭିଯୋଗ କରିଛି ।ଏହାସହ ଭାରତୀୟ ସୈନିକମାନେ ବୁଝାମଣାକୁ ଉଲ୍ଲଂଙ୍ଘନ କରିଛନ୍ତି ବୋଲି ଚୀନ କହିଛି ।

Get real time updates directly on you device, subscribe now.