fbpx

ଦେଶରେ ୨୪ ଘଣ୍ଟାରେ ୩୩୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୧୮ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୬ହଜାର ୯୪୬ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ନୂଆ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା ୧,୬୦,୩୮୪ ରହିଛି । ଏବଂ ସୁସ୍ଥ ସଂଖ୍ୟା ୧,୯୪,୩୨୫ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମହାରରାଷ୍ଟ୍ରରେ ସର୍ବାଧିକ ୫ ହଜାର ୬୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୧୫୬୦, ଦିଲ୍ଲୀରେ ୧୯୦୪, ପଶ୍ଚିମବଙ୍ଗରେ ୫୦୬, ମଧ୍ୟପ୍ରଦେଶରେ ୪୮୨, ତାମିଲନାଡୁରେ ୫୭୬ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.