fbpx

ବିବାହ ପାଇଁ କନ୍ୟା ନ ମିଳିଲେ ଟଙ୍କା ଫେରସ୍ତ: କ୍ଷତିପୂରଣ ଦେଲା ମାଟ୍ରିମୋନୀ ସାଇଟ୍

ଓଡ଼ିଶା ଭାସ୍କର: ବର୍ତ୍ତମ।।ନ ସମୟରେ ବିବାହ ସମୟରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛିି । ବିଶେଷ କରି ଜଣେ ବରପାତ୍ରଙ୍କ ବିବାହ ବେଳେ କନ୍ୟା ଖୋଜା ଅତ୍ୟନ୍ତ କଷ୍ଟକର । ମଧ୍ୟସ୍ଥି ଝାମେଲାରୁ ମୁକ୍ତି ପାଇବା ପାଇଁ ଏବେ ବିଭିନ୍ନ ଅନଲାଇନ ୱେବସାଇଟ ଉପରେ ଭରସା କରୁଛନ୍ତି ଲୋକେ । ଏଥିରେ ସହଜରେ ଜୀବନସାଥୀ ମିଳିପାରନ୍ତି, ସେଥିପାଇଁ ମାଟ୍ରିମୋନୀ ଅନେକ ଯୁବପିଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଉପଯୁକ୍ତ ଜୀବନସାଥୀ ଖୋଜିବାରେ ମାଟ୍ରିମୋନୀ ବେଶ୍ ସହାୟକ ହେଉଥିବା ବେଳେ ଏବେ କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଛି କମ୍ପାନୀ । କନ୍ୟା ନ ମିଳିବାରୁ ଜଣେ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିଛି ମାଟ୍ରିମୋନୀ ୱେବସାଇଟ ।

ସୂଚନା ଅନୁସାରେ, କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ ବ୍ୟକ୍ତି କେରଳ ମାଟ୍ରିମୋନୀ ୱେବସାଇଟ ବିରୋଧରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହୋଇଥିବାରୁ ମାଟ୍ରିମୋନୀ ସାଇଟକୁ କ୍ଷତିପୂରଣ ବାବଦରେ ୨୫ ହଜାର ଟଙ୍କା ଗ୍ରାହକଙ୍କ ଦେବାକୁ ରାୟ ଶୁଣାଇଛନ୍ତି ଅଦାଲତ । ଗ୍ରାହକ ଜଣକ ଅଭିଯୋଗ କରିଥିଲେ ଯେ, କେରଳ ମାଟ୍ରିମୋନୀ ୱେବସାଇଟ ବ୍ୟକ୍ତିଙ୍କୁ ଉପଯୁକ୍ତ ଜୀବନସାତୀ ମିଳିବାରେ ସହାୟତା କରିବା ସମ୍ବନ୍ଧିତ ପ୍ରତିବଦ୍ଧତା ପୂରଣ କରିବାରେ ଫେଲ ହୋଇଛି । ତେଣୁ ଏହି କମ୍ପାନୀ ଉପରେ କ୍ଷତିପୂରଣ ଦେବାକୁ ରାୟ ଶୁଣାଇଛନ୍ତି ଅଦାଲତ । ମାମଲା ପରିଚାଳନା ବାବଦରେ ଖର୍ଚ୍ଚ ହୋଇଥିବା ୩୦୦୦ ଟଙ୍କା ପୈଠ କରିବା ପାଇଁ ମଧ୍ୟ ମାଟ୍ରିମୋନୀ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ମୁତାବକ, ୨୦୧୮ ମସିହାରେ ଜଣେ ବ୍ୟକ୍ତି କେରଳ ମାଟ୍ରମୋନୀ ୱେବସାଇଟରେ ନିଜ ବାୟୋ ଡାଟା ଦେଇ ପଞ୍ଜୀକରଣ କରିଥିଲେ । ସେହି ସମୟରେ ଉପଯୁକ୍ତ ସାଥୀ ଖୋଜି ପାଇବା ପାଇଁ ୪୧୦୦ ଟଙ୍କାରେ ୩ ମାସର ସବସ୍କ୍ରିପସନ୍ ନେବାକୁ କହିଥିଲେ ଜଣେ କର୍ମଚାରୀ । ବ୍ୟକ୍ତିଜଣକ ମଧ୍ୟ କର୍ମଚାରୀଙ୍କ କଥା ଅନୁସାରେ ଟଙ୍କା ପୈଠ କରି ସଦସ୍ୟତା ହାସଲ କରିବା ପରେ କୌଣସି ବ୍ୟକ୍ତି ତାଙ୍କ କଥା ଶୁଣିବାକୁ ନାରାଜ ଥିଲେ । ତେବେ ଏ ସମ୍ପର୍କରେ କମ୍ପାନୀ ଯୁକ୍ତି ବାଢିଥିଲା ଯେ, ବ୍ୟକ୍ତି ଜଣକ କ୍ଲାସିକ ପ୍ୟାକେଜ ସବସ୍କ୍ରିପ୍ସନ କରିଥିଲେ ଏବଂ ଏଥିରେ ତାଙ୍କୁ କିଛି ପ୍ରୋଫାଇଲ ଦେଖିବାର ସୁଯୋଗ ମିଳିବ ଏବଂ ୫୦ଟି ନମ୍ବର ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିଥିଲା । ଏ ସମସ୍ତ ସର୍ତ୍ତାବଳୀ କମ୍ପାନୀ ତାଙ୍କୁ ବୁଝାଇଥିବା ଯୁକ୍ତି କରିଛି ।

ତେବେ ବିବାହ କରାଇଦେବା କିମ୍ବା କୌଣସି ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇ ନଥିଲା କମ୍ପାନୀ । ଜଣେ ମଧ୍ୟସ୍ଥି ଭାବରେ ବରପାତ୍ର-କନ୍ୟାପାତ୍ରଙ୍କ ମଧ୍ୟରେ ଯୋଗାଯୋଗ କରାଇବା କମ୍ପାନୀର ଦାୟିତ୍ୱ ବୋଲି କୁହାଯାଇଛି । ସେପଟେ ଗ୍ରାହକଙ୍କୁ କେରଳ ମାଟ୍ରିମୋନୀ ପକ୍ଷରୁ ପ୍ରତିଶ୍ରୁତି ମୁତାବକ କୌଣସି ସେବା ଯୋଗାଇଥିବାର ପ୍ରମାଣ ନାହିଁ । ଏହାବ୍ୟତୀତ ଆହୁରି ଅନେକ ଗ୍ରାହକ ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଏ ନେଇ ବଡ଼ ରାୟ ଶୁଣାଇଛନ୍ତି ଅଦାଲତ । ତେଣୁ ଅଭିଯୁକ୍ତଙ୍କୁ ମାମଲାରେ ୨୫,୦୦୦ ଟଙ୍କା କ୍ଷତିପୂରଣ ଯୋଗାଇଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.