fbpx

କିଷାନ ବିକାଶ ପାତ୍ରରେ ମିଳୁଛି FD ଅପେକ୍ଷା ଅଧିକ ସୁଧ , ପାଇବେ ଏହିସବୁ ଫାଇଦା

ନୂଆଦିଲ୍ଲୀ : ରୋଜଗାର ସହିତ ନିବେଶ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ  । ନିବେଶ ପାଇଁ ବଜାରରେ ଅନେକ ବିକଳ୍ପ ଅଛି  । ଆମେ ରିସ୍କ ସହିତ ବା ବିନା ରିସ୍କ ଥିବା ଯୋଜନାରେ ନିବେଶ କରିପାରିବା  । ଯେତେବେଳେ ବି ବିପଦମୁକ୍ତ ନିବେଶ ବିକଳ୍ପ ବିଷୟରେ କଥା ଆସେ, ଆମର ପ୍ରଥମ ଧ୍ୟାନ ଏଫଡି(ଫିକ୍ସଡ୍ ଡିପୋଜିଟ୍) କୁ ଯାଏ  ।

 

ଏଫଡିରେ ଗ୍ୟାରେଣ୍ଟି ରିଟର୍ଣ୍ଣ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି ବଜାରରେ ଏକ ଯୋଜନା ଅଛି ଯାହା ଏଫଡି ଅପେକ୍ଷା ଅଧିକ ସୁଧ ଦେଇଥାଏ ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ  । ହଁ, ଆମେ କିଷାନ ବିକାଶ ପାତ୍ର (କେଭିପି) ଯୋଜନା ବିଷୟରେ କହୁଛୁ  । ଏହି ଯୋଜନାରେ ୭.୫ ପ୍ରତିଶତ ସୁଧ ମିଳିଥାଏ  ।

 

ଏହି ଏଫଡିରୁ ଅଧିକ ମିଳୁଛି ସୁଧ :-

 

ଅନେକ ବ୍ୟାଙ୍କର ଏଫଡି ତୁଳନାରେ କିଷାନ ବିକାଶ ପାତ୍ର ଅଧିକ ସୁଧ ପ୍ରଦାନ କରିଥାଏ  । ମୁଖ୍ୟ ବ୍ୟାଙ୍କଗୁଡିକର ଏଫଡି ସୁଧ ହାର ବିଷୟରେ ଆସନ୍ତୁ ଜାଣିବା  ।

ଯୋଜନା                                                  ସୁଧ

କିଷାନ ବିକାଶ ପାତ୍ର (KVP)                    7.50%

ଆକ୍ସିସ୍ FD                                             7.10%

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ FD (SBI FD) 7.00%

HDFC ବ୍ୟାଙ୍କ FD                                 7.00%

ବ୍ୟାଙ୍କ ଅଫ୍ ଇଣ୍ଡିଆ FD (BOI FD)         6.75%

ୟୁନିୟନ ବ୍ୟାଙ୍କ FD                                 6.50%

Get real time updates directly on you device, subscribe now.