fbpx

NEET ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ: ଗଠନ କଲେ ଉଚ୍ଚ ସ୍ତରୀୟ କମିଟି, ଦୁଇ ମାସରେ ଦାଖଲ କରିବେ ରିପୋର୍ଟ

ନୂଆଦିଲ୍ଲୀ: ନୀଟ ପେପର ଲିକ ଆଭିଯୋଗ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟ ପରୀକ୍ଷାକୁ ସ୍ପଷ୍ଟ ଏବଂ ନିରପେକ୍ଷ କରିବା ପାଇଁ ବିଶେଷଜ୍ଞମାନଙ୍କ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ପରୀକ୍ଷାର ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲରେ ସୁରକ୍ଷା ଏବଂ ଏନଟିଏ ଷ୍ଟ୍ରକଚରରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିବ । ଏହି କମିଟି ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟକୁ ରିପୋର୍ଟ ଦାଖଲ କରିବ ।

ଏହି ଉଚ୍ଚ ସ୍ତରୀୟ କମିଟିର ଚେୟାରମ୍ୟାନ ଭାବେ ଇସ୍ରୋର ପୂର୍ବତନ ଚେୟାରମ୍ୟାନ ଡା. କେ ରାଧାକୃଷ୍ଣନ କାର୍ଯ୍ୟଭାର ସମ୍ଭାଳିବେ । ଏହି ଉଚ୍ଚ ସ୍ତରୀୟ ସମିତିର ଅଧ୍ୟକ୍ଷ ଏବଂ ମେମ୍ବର୍ସର ଲିଷ୍ଟରେ AIIMSର ସୁପରିଚିତ ଡାୟରେକ୍ଟର ରଣଦୀପ ଗୁଲେରିୟା ମଧ୍ୟ ସାମିଲ ଅଛନ୍ତି ।

ଏହି କମିଟିରେ ହାଇଦ୍ରାବାଦସେଣ୍ଟ୍ରାଲ ୟୁନିଭର୍ସିଟୀର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏମୋରିଟନ ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହସଂପାଦକ ଏବଂ କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀରେ ଛାତ୍ର ମାମଲାରେ ଡୀନ ପ୍ରଫେସର ଆଦିତ୍ୟ ମିତ୍ତଲ ଶିକ୍ଷା ମନ୍ତ୍ରାଳୟର ସଯୁକ୍ତ ସଚିବ ଗୋବିନ୍ଦ ଜୟସବାଲ ସାମିଲ ଅଛନ୍ତି ।

ଶିକ୍ଷା ମନ୍ତ୍ରାଳୟର ଏକ ବିବୃତ୍ତି ଅନୁଯାୟୀ, ଉଚ୍ଚ ସ୍ତରୀୟ ପ୍ୟାନେଲ ଏଣ୍ଡ-ଟୁ-ଏଣ୍ଡ ପରୀକ୍ଷା ପରୀକ୍ଷାର ବିଶ୍ଲେଷଣ କରିବ ଏବଂ ପରୀକ୍ଷା ପ୍ରଣାଳୀରେ କଣ କଣ ସଂଶୋଧନ କରାଯାଇପାରିବ ଏଥିପାଇଁ ଉପାୟ କହିବ । ଏଥିସହ ପ୍ୟାନେଲ ଏନଟିଏର ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ ପ୍ରୋଟକଲର ମୂଲ୍ୟାଙ୍କନ କରିବ ଏବଂ ଏହାର ସଂଶୋଧନକୁ ନେଇ ସୁପାରିଶ କରିବ । ଏହି କମିଟି ଏନଟିଏର ପ୍ରତି ସ୍ତରର ପଦାଧିକାରୀମାନଙ୍କ ଭୂମିକା ଏବଂ ସେମାନଙ୍କର ଯାଞ୍ଚ କରିବ ।

Get real time updates directly on you device, subscribe now.