fbpx

IGI Airport ରେ ଫାଷ୍ଟ ଟ୍ରାକ ଇମିଗ୍ରେସନ ସେବା ଆରମ୍ଭ କଲେ ଅମିତ ଶାହା , ଜାଣନ୍ତୁ କଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟରେ ଇମିଗ୍ରେସନକୁ ସକ୍ରିୟ କରିବା ପାଇଁ ଫାଷ୍ଟ ଟ୍ରାକ ଇମିଗ୍ରେସନ ଟଷ୍ଟେଡ ଟ୍ରାଭେଲର ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏଥିରେ ଯାତ୍ରୀମାନଙ୍କର ଭ୍ରମଣ ଅଭିଜ୍ଞତା ସକ୍ରିୟ, ସହଜ ଏବଂ ସୁରକ୍ଷିତ ହେବ ।

ଏଫଟିଆଇ-ଟିଟିପି କେନ୍ଦ୍ର ସରକାରଙ୍କ ଏକ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ଭାରତୀୟ ନାଗରିକଙ୍କ ଏବଂ ଓଭରସିଜ ସିଟିଜେନ ଅଫ ଇଣ୍ଡିଆ କାର୍ଡଧାରକଙ୍କ ସୁବିଧା ଉପଲବ୍ଧ କରିବା । ଏହି ସିଷ୍ଟମରେ ଯାତ୍ରା ସୁବିଧା ଏବଂ ଦକ୍ଷତାରେ ବୃଦ୍ଧି ଘଟିବ । ଏହାର ଲାଭ ନେବା ପାଇଁ ଲୋକଙ୍କୁ ଅନଲାଇନ ଆବେଦନ କରିବାକୁ ପଡିବ । ଆପ୍ଲିକେସନ ଫର୍ମରେ ସମସ୍ତ ଆବଶ୍ୟକ ସୂଚନା ସହ ନିଜ ବାୟୋମେଟ୍ରିକ ଜମା କରିବାକୁ ପଡିବ । ଭେରିଫିକେସନ ପରେ ରେଜିଷ୍ଟ୍ରେସନ ପୂରଣ କରାଯିବ । ଏଥିସହ ନନ ରିଫଣ୍ଡେବଲ ପ୍ରୋସେସିଙ୍ଗ ଚାର୍ଜ ମଧ୍ୟ ଜମା କରିବାକୁ ପଡିବ ।

Get real time updates directly on you device, subscribe now.