fbpx

ଜୁନ୍ ୨୩ରେ ହେବାକୁ ଥିବା NEET-PG ପ୍ରବେଶିକା ପରୀକ୍ଷା ସ୍ଥଗିତ: ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ନିକଟରେ କିଛି ପ୍ରତିଯୋଗିତାମୂଳକ ପରୀକ୍ଷାର ପେପର ଲିକ ମାମଲାକୁ ନେଇ ଦେଶରେ ବଡ଼ ଚର୍ଚ୍ଚା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ନୂଆ ପ୍ରବେଶିକା ପରୀକ୍ଷା ଘୋଷଣା କରାଯିବ । ଏହି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଖବର ।

ଜୁନ୍ ୨୩ରେ ନିଟ-ପିଜି ପ୍ରବେଶିକା ପରୀକ୍ଷା ଆୟୋଜିତ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଖୁବଶୀଘ୍ର ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ (ଏନବିଇ) ନୂଆ ପରୀକ୍ଷା ତାରିଖ ଘୋଷଣା କରିବ । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପରୀକ୍ଷାର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.