fbpx

NTA ୱେବସାଇଟକୁ ନେଇ ଆସିଲା ବଡ ବୟାନ, ୱେବସାଇଟ ହେକ ହେଇନି ତ!

ଓଡିଶା ଭାସ୍କର: ବିବାଦ ଘେରରେ ରହିଥିବା ନେଟ ପରୀକ୍ଷା ଓ ନିଟ ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ନେଇ ବଡ ବୟାନ ସାମ୍ନାକୁ ଆସିଛି । ଏନଟିଏ ନିଜର ୱେବସାଇଟ ହୈକ ହୋଇଥିବା ଖବରରକୁ ଖାରଜ କରିଛି । ଏନଟିଏ କହିଛି ଯେ, ତାଙ୍କ ୱେବସାଇଟ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି । ତଥାପି ପରୀକ୍ଷାର ଅନିୟମିତତା ଓ ଆରୋପକୁ ଶିକ୍ଷା ମନ୍ତ୍ରାଳୟ ଏନଟିଏର ସମୀକ୍ଷା ଓ ସୁଧାର ଉପରେ ଏକ ସମିତି ଗଠନ କରିଛି ।
ଏନଟିଏର ଅଧିକାରୀଙ୍କ କହିବାନୁସାରେ, ତାଙ୍କର ୱେବସାଇଟ ସାଇଟ ଓ ଅନ୍ୟ ସମସ୍ତ ୱେବ ପୋର୍ଟଲ ପୂର୍ବ ଭଳି ସମ୍ପୂର୍ଣ୍ଣ ସୁରକ୍ଷିତ । ମାତ୍ର ପରୀକ୍ଷା ବିବାଦ ଉପରେ ସମୀକ୍ଷା ଓ ଡାଟାର ସୁରକ୍ଷା ପାଇଁ ଶିକ୍ଷା ମନ୍ତ୍ରାଳୟ ଏକ ପେନେଲ ଗଠନ କରିଛି । ପ୍ରକାଶଥାଉ ଯେ, ନିଟ ୟୁଜି ପରୀକ୍ଷା ୨୦୨୪ ସ୍କୋର କାର୍ଡ ଆସିବା ପରଠୁ ଏନଟିଏ ବାରମ୍ବାର ବିବାଦ ଘେରକୁ ଆସିଛି । ନିଟ ସହ ନେଟ ପରିଚାଳନାରେ ମଧ୍ୟ ଏନଟିଏ ଏଥର ବିଫଳ ହୋଇଛି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଫଳରେ ଅନେକ ଆଶାୟୀ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ । ଶିକ୍ଷା ମନ୍ତ୍ରାଳୟ ଓ ଏନଟିଏର ଏ ଛକାପଞ୍ଝାର ଖେଳରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରରେ ରହିଛି ।

Get real time updates directly on you device, subscribe now.