ନୂଆଦିଲ୍ଲୀ: ସରକାରୀ ସେକ୍ଟର କାନାରା ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଯାଇଛି । କମ୍ପାନୀ ରବିବାର ଦିନ ନିଜେ ଏହାର ସୂଚନା ଦେଇଛି । କମ୍ପାନୀ ମୁତାବକ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ @CanaraBank_X ରୁ ଠକେଇ କରାଯାଇଛି । ହ୍ୟାକର୍ସ ହ୍ୟାଣ୍ଡେଲର ୟୁଜରମ୍ୟାନ ପରିବର୍ତ୍ତନ କରି ‘ether.fi କରିଦେଇଛନ୍ତି । ଏହା ବ୍ୟତୀତ ଲୋକେସନରେ ଦ୍ୱୀପ ଦେଖିବାକୁ ମିଳୁଛି ।
କାନାରା ବ୍ୟାଙ୍କ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହେବା ପରେ ଗ୍ରାହକଙ୍କୁ ଟ୍ୱିଟର ପେଜରେ କୌଣସି ପୋଷ୍ଟ ନ କରିବା ପାଇଁ ନିବେଦନ କରିଛନ୍ତି । ଏଥିସହ କହିଛନ୍ତି ଯେ, ଯେତେବେଳେ ପେଜ ତାଙ୍କ କଣ୍ଟ୍ରୋଲରେ ଆସିବ, ସେନେଇ ଗ୍ରାହକଙ୍କୁ ସୂଚନା ଦିଆଯିବ ।
ସେହିପରି ଗତ ସପ୍ତାହରେ ଏପରି ଏକ ଘଟଣା ଆକ୍ସିସ ବ୍ୟାଙ୍କ ସହ ମଧ୍ୟ ହୋଇଛି । ସେତେବେଳେ ହ୍ୟାକର୍ସ ଆକ୍ସିସ ବ୍ୟାଙ୍କର ଅପିସିଆଲ ଏକ୍ସ ହ୍ୟାଣ୍ଡେଲକୁ ହ୍ୟାକ କରିଥିଲେ । ହ୍ୟାକର୍ସ ଅଫିସିଆଲ ଆକାଉଣ୍ଟର ନାମ ହଟାଇ ସେହି ସ୍ଥାନରେ ପୂର୍ଣ୍ଣଚ୍ଛେଦ ବସାଇଥିଲେ । ଏଥିସହ ହ୍ୟାକର୍ସ କ୍ରିପ୍ଟୋକରେନ୍ସିରେ ରିଲେଟେଡ ଅନଅଥରାଇଜଡ ପୋଷ୍ଟ ମଧ୍ୟ କରିଥିଲେ ।