fbpx

ବ୍ଲାକ ମ୍ୟାଜିକ ଆକ୍ଟ କ’ଣ? ଯାଦୁ କରୁଥିବା ଲୋକଙ୍କ ପାଇଁ କାଳ କି ଏ ଆଇନ

ଓଡିଶା ଭାସ୍କର : ଭାରତର ଅନେକ ସ୍ଥାନରେ ଲୋକେ କଳା ଯାଦୁ କରନ୍ତି । ମୁଖ୍ୟତଃ ଆସାମ ଭଳି ରାଜ୍ୟର ମାୟୋଙ୍ଗ ବି ଏଥିପାଇଁ ପ୍ରସିଦ୍ଧ ଅଟେ । ତେବେ କଳା ଯାଦୁ କରୁଥିବା ଲୋକଙ୍କ ପାଇଁ ଆଇନ ଅନୁଯାୟୀ ଦଣ୍ଡ ହୋଇ ପାରିବ କି । ଜାଣିବା ବ୍ଲାକ ମ୍ୟାଜିକ ଆକ୍ଟ ବାବଦରେ…
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବ୍ଲାକ ମ୍ୟାଜିକ ଆକ୍ଟର ଖୁବ ଚର୍ଚ୍ଚା ଚାଲିଛି । ପ୍ରକାଶଥାଉ କି, ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନରେ ପୁଣେଠାରେ ବ୍ଲାକ ମ୍ୟାଜିକ  ଆକ୍ଟ ୨୦୧୩ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଭାରତରେ ଯାଦୁ ଟୋନା ବା କଳା ଯାଦୁକୁ ରୋକିବା ପାଇଁ କୌଣସି କେନ୍ଦ୍ରୀୟ ଆଇନ ନାହିଁ । ମାତ୍ର ଅନେକ ରାଜ୍ୟରେ ଏହା ପାଇଁ ସ୍ୱତନ୍ତ୍ର ଆଇନ ରହିଛି । ଯେମିତିକି ମହାରାଷ୍ଟ୍ରରେ ଏହାକୁ Maharastra Prevention and Eradication of Human Sacrifice and Other Inhuman Evil and Aghori Practice and Black Magic Act 2013
କହନ୍ତିି ।
ଏହି ଆଇନରେ ମୋଟ ୧୨ ଟି କ୍ଲଜ ରହିଛି । ଏହି ଆଇନ ଅନୁଯାୟୀ ହିଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ହୋଇଥିଲା । ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରରେ ଇଣ୍ଡିଆ ଗଠବନ୍ଧନ ସରକାର ଆସିବା ପରେ ପ୍ରତିମାସର ପ୍ରଥମ ତାରିଖରେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଡକୁ ଟଙ୍କା ପଠାଯିବ । ପ୍ରଚାର ସମୟରେ ରାହୁଲ ଆହୁରି କହିଥିଲେ ଯେ, ୧ ଜୁଲାଇ ଦିନ ସବୁ ଭାରତୀୟ ଗରିବମାନେ ନିଜ ବ୍ୟାଙ୍କ ଆକାଉଣ୍ଡ ଚେକ କରିବେ, ଯାଦୁ ଦ୍ୱାରା ସମସ୍ତଙ୍କୁ ୮୫୦୦ ଟଙ୍କା ମିଳିଯିବ । ରାହୁଲଙ୍କ ବିରୋଧରେ ମାମଲା ଦାଖଲ କରିଥିବା ଅଭିଯୋଗକାରୀ ବ୍ୟକ୍ତି ଜଣକ ଥିଲେ ସଚିନ କୋଣ୍ଡ୍ରେ ।
୧୨ ଟି କ୍ଲଜରେ ଥିବା ଏହି ଆଇନରେ ଭିନ୍ନ ଭିନ୍ନ ଅପରାଧକୁ ଚିହ୍ନଟ କରିବା ପାଇଁ ନିୟମ ଅଛି । ଏହାବାଦ କେହି ଅମାନବୀୟ, ଦୁଷ୍ଟ ଏବଂ ବ୍ୟଭିଚାରୀ କୃତ୍ୟ ଓ କଳା ଯାଦୁ କରିବା ଏକ ଅପରାଧ ଅଟେ । ତାହାସହ ଭୂତ ଭଗେଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ଦଉଡିରେ ବାନ୍ଧି ତାଙ୍କୁ ମାରିବା ଓ ଶାରୀରିକ କଷ୍ଟ ଦେବା ବି ଏହି ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏତଦବାଦ ଭୂତ କହି ସାଧାରଣ ଜନତା ମନରେ ଭୟ ସଂଚାରଣ କରିବା କିମ୍ବା କୁକୁୁର, ସାପ କିମ୍ବା ବିଛା କାମୁଡିବା ପରେ ଚିକିତ୍ସା ପାଇଁ ନ ନେଇ ଯିବା ପାଇଁ କହିବା ଓ ମନ୍ତ୍ରତନ୍ତ୍ର ଭଳି ଚିକିତ୍ସା ଦେବା ମଧ୍ୟ ଏହି ବ୍ଲେକ ଆଇନ ଅନୁଯାୟୀ ଏକ ଘୃଣ୍ୟ ଅପରାଧ । ଆହୁରି ମଧ୍ୟ କୌଣସି ବି ପରିସ୍ଥିତିରେ ଆଙ୍ଗୁଠିରେ ବିନା କାରଣରେ ସର୍ଜରୀ କରିବା ଓ ଗର୍ଭରେ ବଢୁଥିବା ଭ୍ରୂଣର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଭ୍ରମିତ କରିବା ମଧ୍ୟ ଅପରାଧ । ଏଥିସହିତ ସାଧାରଣ ଜନତାକୁ ତାଙ୍କ ପାଖରେ ବିଶେଷ ଅଲୌକିକ ଶକ୍ତି ଅଛି କହି ତାଙ୍କଠୁ ଧନ ଅର୍ଜନ କରିବା ମଧ୍ୟ ଏହି ବ୍ଲାକ ଆଇନ ଅନୁସାରେ ଅପରାଧ ଧରାଯାଏ ।

Get real time updates directly on you device, subscribe now.