fbpx

ଏଲ୍‍ଏଲ୍‍ବି ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇରେ ଆବେଦନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୩ ବର୍ଷୀୟା ଏଲ୍‍ଏଲ୍‍ବି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇନ୍‍ରେ ଆବେଦନ ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆରେ ଆସନ୍ତା ଜୁଲାଇ ୧୧ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ଜୁଲାଇ ୧୮ ତାରିଖରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବା ସହ ଜୁଲାଇ ୧୮ରୁ ୨୦ ତାରିଖ ମଧ୍ୟରେ ଆଡମିଶନ ହେବ । ରାଜ୍ୟରେ ଥିବା ଦୁଇଟି ଆଇନ୍‍ ମହାବିଦ୍ୟାଳୟ ଏବଂ ଗୋଟିଏ ଆଇନ ବିଶ୍ୱବିଦ୍ୟାଳୟରେ ୩୬୦ଟି ଆସନ ରହିଛି । ସେଗୁଡ଼ିକ ହେଉଛି କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଓ ଭୁବନେଶ୍ୱର ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ।

Get real time updates directly on you device, subscribe now.