fbpx

ଭାରତରେ ଏହି ଦିନ ଲଞ୍ଚ ହେବ Motorola Razr 50 Ultra, କମ୍ପାନୀ ଜାରି କଲା କନଫର୍ମ ଡେଟ

ନୂଆଦିଲ୍ଲୀ: ମୋଟୋରୋଲା ନିଜ ଗ୍ରାହକଙ୍କ ପାଇଁ ଚୀନ ମାର୍କେଟରେ Motorola Razr 50 ସିରିଜ ଲଞ୍ଚ କରିଥିଲା । ଭାରତୀୟ ୟୁଜର୍ସ ଉତ୍ସାହର ସହ ଏହି ସ୍ମାର୍ଟଫୋନର ସିରିଜର ଅପେକ୍ଷା କରିଛନ୍ତି । ଯଦି ଆପଣ ବି Motorola Razr 50 ସିରିଜର ଅପେକ୍ଷା କରିଛନ୍ତି ତେବେ ଏକ ଖୁସି ଖବର ରହିଛି । ମୋଟୋରୋଲା ଖୁବଶିଘ୍ର ଏହି ସିରିଜକୁ ଭାରତରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ପକ୍ଷରୁ ଭାରତରେ ଲଞ୍ଚ ଡେଟ କନଫର୍ମ କରାଯାଇଛି । ଏଥିସହ କମ୍ପାନୀ କନଫର୍ମ କରିଛି ଯେ, Motorola Razr 50 ରେ Moto AI ଫିଚର୍ସ ଦିଆଯାଇଛି ।

ମୋଟୋରୋଲା Motorola India ର ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛି ଯେ, Motorola Razr 50 Ultra କୁ ଭାରତରେ ୪ ଜୁଲାଇରେ ଲଞ୍ଚ କରାଯିବ । କୁହାଯାଉଛି ଯେ, କମ୍ପାନୀ ଅଲ୍ଟ୍ରା ମଡେଲ ସହ ବେସ୍ ମଡେଲକୁ ଲଞ୍ଚ କରିବ । Motorola Razr 50 ରେ ମିଳୁଥିବା ଏଆଇ ଫିଚର୍ସରେ Magic Canvas, Action Shot, Photomoji, Style Sync, horizontal lock, adaptive stabilisation ସାମିଲ ରହିବ ।

Get real time updates directly on you device, subscribe now.