fbpx

ସୌରଭ ଗାଙ୍ଗୁଲୀଙ୍କ ପରିବାରରେ ପହଞ୍ଚିଲା କରୋନା, ଜଣଙ୍କ ପରେ ଜଣେ ପଜିଟିଭ୍

କରୋନା ଭାଇରସ୍ ସାରା ଦେଶରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ପରିବାରରେ ପହଞ୍ଚି ସାରିଛି । କରୋନା କବଜାରେ ଏବେ ସୌରଭଙ୍କ ବଡ ଭାଇ ଫସିଛନ୍ତି । ରିପୋର୍ଟ ମୁତାବକ, ସୌରଭଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ବଡ ଭାଇ ନୁହେଁ, ବରଂ ସ୍ନେହାଶିଷଙ୍କ ପତ୍ନୀ ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ପକ୍ଷରୁ ଏନେଇ କିଛି ନିଶ୍ଚିତ କରାଯାଇନାହିଁ ।

ସେହିପରି ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶଶୂର ମଧ୍ୟ କରୋନା କବଜାକୁ ଆସିଥିଲେ । ଏବେ ବିସିସିଆଇ ସଭାପତି ନିଜ ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।

Get real time updates directly on you device, subscribe now.