fbpx

ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଜମା ଅର୍ଥକୁ ନେଇ ଲକ୍ଷ ଲକ୍ଷ ଗ୍ରାହକ ଏବେ ଚିନ୍ତାରେ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ତେବେ ଏହା ମଧ୍ୟରେ ୩ଟି ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆରବିଆଇ ସୂଚନା ମୁତାବକ, ଉତ୍ତରପ୍ରଦେଶର ବାରାଣସୀ ସ୍ଥିତ ବନାରସ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ବ୍ୟାଙ୍କର ଖରାପ ଆଥିର୍କ ସ୍ଥିତି କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୪ ତାରିଖ ଠାରୁ ଏହି ବ୍ୟାଙ୍କର କାରବାର ବନ୍ଦ ହୋଇଯାଇଛି । ତେବେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁସାରେ ୯୯.୯୮ ପ୍ରତିଶତ ଜମାକାରୀ ଜମା ବୀମା ଓ ଋଣ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ଠାରୁ ନିଜର ସମ୍ପୂର୍ଣ୍ଣ ଜମା ରାଶି ହାସଲ କରିପାରିବେ । ପ୍ରତି ଜମାରୀ ଡିଆଇସିଜି ଠାରୁ ନିଜର ଜମାରାଶି ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ରାଶି ପାଇବାକୁ ହକଦାର ହେବେ । ଏହି ସହକାରୀ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନା ନଥିଲା । ତେଣୁ ଜମାକାରୀଙ୍କୁ ହିତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ସେହିପରି କର୍ଣ୍ଣାଟକ ସ୍ଥିତ ଶିମଶା ସହକାରୀ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । ଖରାପ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି । ଜୁଲାଇ ୫ ଠାରୁ ବ୍ୟାଙ୍କର କାର୍ଯ୍ୟ ବନ୍ଦ ହୋଇଯାଇଥିବା କୁହାଯାଇଛି । ସହକାରୀ ବ୍ୟାଙ୍କକୁ ବନ୍ଦ କରିବାର ଆଦେଶ ଜାରି କରାଯିବା ସହିତ ବ୍ୟାଙ୍କ ପାଇଁ ଏକ ପରିସମାପକ ନିଯୁକ୍ତି କରିବାକୁ ଅନୁରୋଧ କରାଯାଇଛି । ୯୯.୦୬ ପ୍ରତିଶତ ଜମାକାରୀ ଡିଆଇସିଜିସି ଠାରୁ ନିଜ ଜମାରାଶିର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପାଇବାକୁ ହକଦାର ହେବେ । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଉପରେ କେନ୍ଦ୍ରୀୟ ବ୍ୟାଙ୍କ ୧.୩୧ କୋଟି ଟଙ୍କାର ଜରିମାନା ଲାଗୁ କରିଛି । ‘ନିଜର ଗ୍ରାହକଙ୍କୁ ଜାଣନ୍ତୁ’ (କେୱାଇସି) ଏବଂ ଋଣ ଓ ଅଗ୍ରୀମ’ ସମ୍ବନ୍ଧିତ କିଛି ନିୟମ ଉଲ୍ଲଂଘନ କାରଣର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.