fbpx

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆରମ୍ଭ; ଆସିପାରେ ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ: (ଓଡ଼ିଶା ଭାସ୍କର) ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆରମ୍ଭ ହୋଇଛି । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ ହେଉଛି । କେବେ ରତ୍ନଭଣ୍ଡାର ଖୋଲାଯିବ ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି । ସେନେଇ ରହିଛି ସମସ୍ତଙ୍କ ଉତ୍କଣ୍ଠା, କେବେ ଆସିବ ଚୂଡ଼ାନ୍ତ ନିଷ୍ପତ୍ତି ।

ଏନେଇ ଗତକାଲି ଏପରି ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ । “କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ନିଷ୍ପତ୍ତି ହେବ । ୬ ତାରିଖରେ ସେମାନେ ଯାହା ନିର୍ଦ୍ଦେଶ ଦେବେ, ପ୍ରକ୍ରିୟା ଆରମ୍ଭ ହେବ । ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହୋଇଛି । ୬ ତାରିଖରେ କମିଟିର ପ୍ରଥମ ବୈଠକ ବସିବ । କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ ।”

Get real time updates directly on you device, subscribe now.