fbpx

IND vs ZIM: ଜିମ୍ବାୱେ ବିପକ୍ଷରେ ଭାରତର ପ୍ଲେଇଂ XI, ଏହି ୩ଟି ଖେଳାଳି କରିବେ ଡେବ୍ୟୁ !

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ହରାରେ ସ୍ପୋର୍ଟ୍ସ କ୍ଲବରେ ଭାରତୀୟ ସମୟାନୁସାରେ ସାଢ଼େ ୪ଟାରେ ଭାରତ ପ୍ରଥମ ଥର ପାଇଁ ଜିମ୍ବାୱେ ବିପକ୍ଷରେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଆନ୍ତର୍ଜାତୀୟ ସିରିଜରେ ଶୁଭମନ୍ ଗିଲ୍ ଅଧିନାୟକ ରହିବେ । ଭାରତର ଏହି ଟି-୨୦ ସ୍ୱାଡରେ ଅଭିଷେକ ଶର୍ମା, ଋତୁରାଜ ଗାୟକୱାଡ଼, ରିୟାନ ପରାଗ, ଧ୍ରୁବ ଜୁରେଲ ଏବଂ ରିଙ୍କୁ ସିଂହ ଭଳି ଯୁବ ଖେଳାଳି ସାମିଲ ଅଛନ୍ତି । ଅପରପକ୍ଷରେ ଆଇପିଏଲରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଖେଳିଥିବା ଜିମ୍ବାୱେର ଅଧିନାୟକ ସିକନ୍ଦର ରଜା ଭାରତ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରନ୍ତି । ତେବେ ଆସନ୍ତୁ ନଜର ପକାଇବା ଭାରତ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଜିମ୍ବାୱେ ବିପକ୍ଷ ଏହାର ପ୍ଲେଇଂ XI ରେ କେଉଁ ଖେଳାଳିଙ୍କୁ ସାମିଲ କରିବ ।

୧. ଏହି ମ୍ୟାଚରେ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କ ଜୋଡ଼ି ଓପେନିଂ କରିପାରେ । ଆଜି ଅଭିଷେକ ଶର୍ମାଙ୍କୁ ଟି- ୨୦ ଆନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିପାରେ । ସେ ତାଙ୍କ ଆକ୍ରମଣାତ୍ମକ ବୋଲିଂ ମାଧ୍ୟମରେ ବିପକ୍ଷ ଦଳକୁ ଧୁଳି ଚଟାଇବାର କ୍ଷମତା ରଖିଛନ୍ତି ।

୨. ପ୍ରଥମ ଟି- ୨୦ ଆନ୍ତର୍ଜାତୀୟ ମ୍ୟାଚରେ ଋତୁରାଜ ଗାୟକୱାଡ଼ ନମ୍ବର ୩ରେ ବ୍ୟାଟିଂ ପାଇଁ ମଇଦାନକୁ ଆସିପାରନ୍ତି । ପୂର୍ବରୁ ଆଇପିଏଲରେ ସେ ତାଙ୍କ ଦମଦାର ବ୍ୟାଟିଂର ଜଲୱା ଦେଖାଇଥିଲେ ।

୩. ରିୟାନ ପରାଗ ୪ର୍ଥ ନମ୍ବରରେ ବୋଲିଂ ପାଇଁ ମଇଦାନକୁ ଓହ୍ଲାଇ ପାରନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସହଜରେ ରନ୍ ସଂଗ୍ରହ କରିପାରିବେ । ଆଜି ତାଙ୍କୁ ଡେବ୍ୟୁ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇପାରେ । ଟି-୨୦ ଫର୍ମାଟରେ ରିୟାନ ଘାତକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ । ଆଇପିଏଲରେ ରିୟାନ ରାଜସ୍ଥାନ ରୟାଲ୍ସ ପାଇଁ କ୍ରିକେଟ ଖେଳୁଥିଲେ ।

୪. ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ରିଙ୍କୁ ସିଂହ ୫ମ ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ କୌଣସି ପରିସ୍ଥିତରେ ମ୍ୟାଚରେ ଟ୍ୱିଷ୍ଟ ଆଣିପାରେ । ରିଙ୍କୁ ସିଂହ ଟି- ୨୦ କ୍ରିକେଟରେ ଉତ୍ତମ ମ୍ୟାଚ୍ ଫିନିଶର ଭାବେ ବେଶ ଜଣାଶୁଣା ।

୫. ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ଧ୍ରୁବ୍ ଜୁରେଲ ୬ଷ୍ଠ ନମ୍ବରରେ ଅଛନ୍ତି । ଏହି ମ୍ୟାଚରେ ତାଙ୍କୁ ଡେବ୍ୟୁ କରିବା ପାଇଁ ସୁଯୋଗ ଦିଆଯାଇପାରେ । ଏହା ପୂର୍ବରୁ ଜୁରେଲ ଭାରତ ପାଇଁ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ଧ୍ରୁବ୍ ରାଜସ୍ଥାନ ରୟାଲ୍ସ ଟିମରେ ସାମିଲ ଥିଲେ ।

୬. ଅଫି ସ୍ପିନ୍ ଅଲରାଉଣ୍ଡର ବୋଲର ୱାଶିଙ୍ଗଟନ୍ ସୁନ୍ଦର ୭ମ ନମ୍ବରରେ ମଇଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇ ପାରନ୍ତି । ତେବେ ୭ମ ନମ୍ବର ବ୍ୟାଟ୍ସମ୍ୟାନ୍ ଭାବରେ ସେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

୭. ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ପ୍ଲେଇଂ XI ରେ ସାମିଲ କରାଯାଇପାରେ । ତାଙ୍କ ଚମତ୍କାର ବୋଲିଂ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

୮. ସେହିପରି ଦୃତ ବୋଲରଙ୍କ ମଧ୍ୟରେ ମୁକେଶ କୁମାର, ଖଲୀଲ ଅହମଦ ଏବଂ ଆୱେଶ ଖାନଙ୍କୁ ପ୍ଲେଇଂ XIରେ ସାମିଲ କରାଯାଇପାରେ । ଏହି ୩ଟି ବୋଲର ସେମାନଙ୍କ ଘାତକ ବୋଲିଂ ପାଇଁ ବେଶ ଜଣାଶୁଣା ।

ତେବେ ଜିମ୍ବାୱେ ବିପକ୍ଷ ଭାରତର ପ୍ଲେଇଂ XI ରେ ଶୁଭମନ୍ ଗିଲ୍‌(ଅଧିନାୟକ), ଧ୍ରୁବ୍ ଜୁରେଲ(ୱିକେଟ୍ କିପର), ଅଭିଷେକ ଶର୍ମା, ଋତୁରାଜ ଗାୟକୱାଡ଼, ରିୟାନ ପରାଗ, ରିଙ୍କୁ ସିଂହ, ୱାଶିଙ୍ଗଟନ୍ ସୁନ୍ଦର, ରବି ବିଷ୍ଣୋଇ, ମୁକେଶ କୁମାର, ଖଲିଲ ଅହମଦ ଏବଂ ଆୱେଶ ଖାନ୍ ସାମିଲ ହୋଇପାରନ୍ତି ।

Get real time updates directly on you device, subscribe now.