fbpx

(Video) ପ୍ରଧାନମନ୍ତ୍ରୀ ହେବ ତ ଏମିତି! ୧୪ ବର୍ଷ କ୍ଷମତାରେ ରହିବା ପରେ PMOରୁ ସାଇକେଲରେ ଘରକୁ ଗଲେ ନେଦରଲାଣ୍ଡସର ପୂର୍ବତନ PM

ନୂଆଦିଲ୍ଲୀ: ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ବହୁ ଆଡ଼ମ୍ବରରେ ଜୀବନ ଜୀବନ କରୁଥିବାର ଦେଖାଯାଇଥାଏ । ଅନେକ ସମୟରେ କିଛି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଦାମିକିଆ ଡ୍ରେସ, ଜୋତା, ଶାଢ଼ୀ, ଘଣ୍ଟା, ଚେନ୍, ପେନ୍ ଆଦି ଚର୍ଚ୍ଚାର ପରିସରକୁ ଆସିଥାଏ । ତେବେ ଏହା ମଧ୍ୟରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ୧୪ ବର୍ଷ ଧରି କ୍ଷମତାରେ ରହିବା ପରେ କ୍ଷମତାଚ୍ୟୁତ ହେବା ପରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ସାଇକେଲରେ ନିଜ ଘରକୁ ଯାଇଛନ୍ତି । ଗୋଟିଏ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚାହିଁଥିଲେ ଦାମିକିଆ ଗାଡ଼ିରେ ଯାଇପାରିଥାନ୍ତେ । ମାତ୍ର ସେ ଏପରି କରିନଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, ନେଦରଲାଣ୍ଡସର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି । ୧୪ ବର୍ଷ କ୍ଷମତାରେ ରହିବା ପରେ ମାର୍କ ପୂର୍ବତନ ଗୁଇନ୍ଦା ମୁଖ୍ୟ ଡିକ ଶୁଫଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ତେବେ ବର୍ଷ ବର୍ଷ ଧରି କ୍ଷମତାରେ ରହିବା ପରେ ବି ମାର୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଯେଉଁଭଳି ଢଙ୍ଗରେ ବିଦାୟ ନେଇଛନ୍ତି ତାହା ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ସାଧାରଣ ଜୀବନଯାପନ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ୨୦୧୦ ମସିହାରେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ରୁଟ । ଏବେ ୬୭ ବର୍ଷ ବୟସରେ ପଦାର୍ପଣ କରିଥିବା ମାର୍କ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେଇଛନ୍ତି ।

Get real time updates directly on you device, subscribe now.