fbpx

ICC ଅଧ୍ୟକ୍ଷ ହେବେ ଜୟ ଶାହ! ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହଙ୍କୁ ନେଇ ବର୍ତ୍ତମାନ ସମୟରେ ଏକ ବଡ଼ ଚର୍ଚ୍ଚା ଚାଲିଛି । ତେଣୁ ଶାହ ବିସିସିଆଇର ସମ୍ପାଦକ ପଦରୁ ଇସ୍ତଫା ଦେଇପାରନ୍ତ ବୋଲି କୁହାଯାଉଛି । ଚଳିତ ମାସରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଆଇସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ) ବସିବାକୁ ଯାଉଥିବା ବେଳେ ଉକ୍ତ ବୈଠକରେ ଆଇସିସିର ନୂଆ ଅଧ୍ୟକ୍ଷ ପଦ ପାଇଁ ତାରିଖ ଚୂଡ଼ାନ୍ତ କରାଯିବ । ଆସନ୍ତା ନଭେମ୍ବର ମାସରେ ଉକ୍ତ ନିର୍ବାଚନ ହେବ ବୋଲି ସୂଚନା ମିିଳଛି ।

ଶ୍ରୀ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଜୟ ଯଦି ନିର୍ବାଚନ ଲଢ଼ନ୍ତି, ତେବେ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ଶ୍ରୀ ଶାହ ଆଇସିସିର କାର୍ଯ୍ୟ ଢାଞ୍ଚାରେ କିଛିଟା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଥିବା ବ୍ୟକ୍ତି ୨ ଥର ନିର୍ବାଚିତ ହେଉଥିଲେ । ମାତ୍ର ଶାହ ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ପରିବର୍ତ୍ତେ ୩ ବର୍ଷକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଶ୍ରୀ ଶାହ ୨୦୦୯ରେ ପ୍ରଥମ ଥର ଗୁଜରାଟ କ୍ରିକେଟ ସଂଘର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୫ରେ ସେ ବିସିସିଆଇରେ ଯୋଗ ଦେଇଥିଲେ ଓ ୨୦୧୯ରେ ସେ ବିସିସିଆଇର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.