fbpx

(Video) ‘ସମସ୍ୟାର ସମାଧାନ ଯୁଦ୍ଧକ୍ଷେତ୍ରରେ ହୋଇପାରିବ ନାହିଁ..’, ପଢନ୍ତୁ ଅଷ୍ଟ୍ରିଆରେ କ’ଣ କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ରୁଷରୁ ଫେରି ଅଷ୍ଟ୍ରିୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ଅଷ୍ଟ୍ରିୟାର କୁଳପତି କାର୍ଲ ନେହମରଙ୍କ ସହ ପ୍ରାଇଭେଟ ଡିନରରେ ଭେଟିଛନ୍ତି । ସେ କହିଛନ୍ତି ଯେ, ଭାରତ ଏବଂ ଅଷ୍ଟ୍ରିୟାର ମିତ୍ରତା ମଜବୁତ ଅଟେ । ନରେନ୍ଦ୍ର ମୋଦୀ ଏବଂ କାର୍ଲ ନେହମରଙ୍କ ମଧ୍ୟରେ ବୁଧବାର ଦିନ ପ୍ରତିନିଧିମଣ୍ଡଳ ସ୍ତରର କଥାବାର୍ତ୍ତା ହୋଇଛି । ଏହାରି ମଦ୍ୟରେ ୟୁକ୍ରେନ ଯୁଦ୍ଧ, ମଧ୍ୟ ପୂର୍ବ ସଂଘର୍ଷ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ।

ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଏବଂ କୁଳପତି ନେହମର ବିଶ୍ୱରେ ଚାଲୁଥିବା ବିବାଦମାନ ବିଷୟରେ କଥାବାର୍ତ୍ତା ହୋଇଛୁ । ମୁଁ ପ୍ରଥମରୁ କହିଛି ଯେ, ଏହା ଯୁଦ୍ଧର ସମୟ ନୁହେଁ । ସମସ୍ୟା ଗୁଡିକର ସମାଧାନ ଯୁଦ୍ଧଭୂମିରେ ହୋଇନଥାଏ । ଭାରତ ଏବଂ ଅଷ୍ଟ୍ରିୟା ଶାନ୍ତି ଏବଂ ସ୍ଥିରତାର ଖୁବଶିଘ୍ର ପୁନରୁଦ୍ଧାର ପାଇଁ କଥାବର୍ତ୍ତା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦେଇଛୁ । ଏଥିପାଇଁ ଆମେ ଦୁହେଁ ମିଶି ସମ୍ଭାବ୍ୟ ସମର୍ଥନ ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.