fbpx

ହାରିକି ବି ଜିମ୍ବାୱେ ରଚିଲା ଇତିହାସ, ଟିମ୍ ଇଣ୍ଡିଆ ସାମ୍ନାରେ କରିଦେଲା ଏ କମାଲ..

ଓଡିଶା ଭାସ୍କର: ଭାରତ – ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟିକୁ ଭାରତ ୨୩ ରନରେ ଜିତି ନେଇଛି । ଏହାସହ ଶୃଙ୍ଖଳାରେ ଭାରତ ୨-୧ ରେ ଆଗୁଆ ରହିଛି । ଯଦିବା ଟିମ୍ ଇଣ୍ଡିଆ ସାମ୍ନାରେ ଜିମ୍ବାୱେ ପରାସ୍ତ ହୋଇଛି, ତଥାପି ଏକ ବଡ ରେକର୍ଡର ଅଧିକାରୀ ହୋଇଛି ଜିମ୍ବାୱେ । ବଡ ବଡ ଶକ୍ତିଶାଳୀ ଦଳ ଯେଉଁ ରେକର୍ଡ କରି ପାରି ନ ଥିଲା ତାହା ଜିମ୍ବାୱେ ଦଳ କରି ପାରିଛି ।

ଭାରତ ଜିମ୍ବାୱେ ସାମ୍ନାରେ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ କରିଥିଲା । ଜବାବରେ ଜିମ୍ବାୱେ ଦଳ ୬ ୱିକେଟରେ ୧୫୯ ରନ କରି ୨୩ ରନରେ ପରାସ୍ତ ହୋଇଛି । ଲକ୍ଷ୍ୟର ପଶ୍ଚାତଧାବନ କରି ଜିମ୍ବାୱେ ୩୯ ରନ କରି ୫ ଟି ୱିକେଟ ହରାଇ ସାରିଥିଲା । ପରେ ଘରୋଇ ଦଳ ୧୫୯ ରନ ସ୍କୋର କରିଥିଲା । ଅର୍ଥାତ ୫ ୱିକେଟ ହରାଇ ସାରିବା ପରେ ଜିମ୍ବାୱେ ୧୧୯ ରନ କରିଥିଲା । ଏହା କୌଣସି ବି ଦଳ ପାଇଁ ଭାରତୀୟ ଦଳ ବିପକ୍ଷରେ ଅନ୍ତର୍ଜାତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟରେ ୪୦ ରନ ମଧ୍ୟରେ ୫ ୱିକେଟ ହରାଇବା ପରେ ଅଧିକ ଅଟେ ।

ଏହି ରେକର୍ଡ ଭାରତ ବିପକ୍ଷରେ ପ୍ରଥମେ ଆୟର୍ଲାଣ୍ଡ କରିଥିଲା । ଏହା ଜିମ୍ବାୱେର କୌଣସି ଦଳ ବିପକ୍ଷରେ ୫ ୱିକେଟ ହରାଇବା ପରେ ସର୍ବାଧିକ ସ୍କୋର ଅଟେ । ଏହା ପୂର୍ବରୁ ଏହି ରେକର୍ଡ ଜିମ୍ବାୱେ ବାଂଲାଦେଶ ବିପକ୍ଷରେ କରିଥିଲା । ୪୦ ରନ ମଧ୍ୟରେ ୫ ୱିକେଟ ଯିବା ପରେ ୧୦୪ ରନ କରିଥିଲା ଜିମ୍ବାୱେ ବାଂଲାଦେଶ ବିପକ୍ଷରେ ।

Get real time updates directly on you device, subscribe now.