fbpx

ଧାର୍ମିକ ସ୍ୱାଧୀନତାର ଅଧିକାରରେ ଅନ୍ତର୍ଭୁକ୍ତ ନାହିଁ ଅନ୍ୟମାନଙ୍କ ଧର୍ମ ପରିବର୍ତ୍ତନ କରିବାର ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଭାରତରେ ଲୋକଙ୍କୁ ନିଜ ଧର୍ମର ପାଳନ କରିବା ଏବଂ ପ୍ରଚାର କରିବାର ସ୍ୱାଧୀନତା ପ୍ରଦାନ କରାଯାଇଛି, ହେଲେ ତାର ଅର୍ଥ ନୁହେଁ ଯେ, ସେମାନଙ୍କୁ ଅନ୍ୟମାନଙ୍କ ଧର୍ମ ପରିବର୍ତ୍ତନ କରିବାର ଅଧିକାର ରହିଛି । କୋର୍ଟ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ ସମ୍ବିଧାନ ଅନୁଯାୟୀ ଧାର୍ମିକ ସ୍ୱତନ୍ତ୍ରତାର ସମାନ ଅଧିକାର ରହିଛି ।

ବିଚାରପତି ରୋହିତ ରଞ୍ଜନ ଅଗ୍ରୱାଲଙ୍କ ପୀଠ କହିଛନ୍ତି ଯେ, ଅନ୍ତରାତ୍ମା ଏବଂ ଧର୍ମ ସ୍ୱାଧୀନତାର ବ୍ୟକ୍ତିଗତ ଅଧିକାରକୁ ପରିବର୍ତ୍ତନ କରିବାର ସାମୂହିକ ଅଧିକାର ଭାବେ ବୁଝା ଯିବନି । ଧାର୍ମିକ ସ୍ୱାଧିନତାର ଅଧିକାର ଉଭୟ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ଏବଂ ପରିବର୍ତ୍ତିତ ବ୍ୟକ୍ତିଙ୍କର ସମାନ ଭାବରେ ରହିଛି ।

ହାଇକୋର୍ଟର ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲ ମହାରାଜଗଞ୍ଜର ଶ୍ରୀନିବାସ ରାଓ ନାୟକଙ୍କ ଜାମିନ ପିଟିସନ ଖାରଜ କରି ଏହି ନିର୍ଦ୍ଦେଶ ପାରିତ କରିଥିଲେ । ତାଙ୍କ ବିରୋଧରେ ଉତ୍ତର ପ୍ରଦେଶ ବେଆଇନ ଧାର୍ମିକ ପରିବର୍ତ୍ତନ ନିଷେଧ ଅଧିନିୟମ-୨୦୨୧ର ଧାରା ୩ ଏବଂ ୫(୧) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ବେଞ୍ଚ ସହ ଟିପ୍ପଣୀ କରିଛନ୍ତି ଯେ, ସମ୍ବିଧାନ ମୁତାବକ, ପ୍ରତ୍ୟେକ ନାଗରିକାମାନଙ୍କୁ ନିଜ ଧାର୍ମିକ ବିଶ୍ୱାସକୁ ମାନିବା, ଅଭ୍ୟାସ କରିବା ଏବଂ ତାକୁ ବ୍ୟକ୍ତ କରିବାର ସ୍ୱାଧୀନତା ଦିଆଯାଇଛି ।

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, Freedom of conscience and religion କୁ ପରିବର୍ତ୍ତନ କରିବାର ସାମୂହିକ ଅଧିକାର ଭାବେ ବୁଝାଯିବନି, ଯାହାର ଅର୍ଥ କୋର୍ଟ ମୁତାବକ, ଅନ୍ୟମାନଙ୍କୁ ନିଜ ଧର୍ମରେ ପରିବର୍ତ୍ତନ କରିବାର ଚେଷ୍ଟା କରିବା ଅଟେ ।

ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ୧୫ ଫେବୃଆରୀରେ ମାମଲାର ସୂଚନାଦାତା ଘରକୁ ଡକାଯାଇଥିଲା, ଯେଉଁଠାରେ ଅଧିକ ଅନୁସୂଚୀତ ଜାତିର ଲୋକଙ୍କ ସମେତ ଅନେକ ଗ୍ରାମୀଣ ମଧ୍ୟ ଉପସ୍ଥିତ ଥିଲେ ।ଶ୍ରୀନିବାସ ଏଠାରେ ସୂଚନାଦାତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସାଇ ଧର୍ମ ଆପଣାଇକୁ ପ୍ରେରିତ କରିଥିଲେ, ଏବଂ ଏକ ଉତ୍ତମ ଜୀବନର ପ୍ରତିଜ୍ଞା କରିଥିଲେ । ଏହି ସମୟରେ ଅନେକ ଗ୍ରାମବାସୀ ଇସାଇ ଧର୍ମ ଆପଣାଇ ପାଇଁ ଏବଂ ପ୍ରାର୍ଥନାରେ ମଧ୍ୟ ସାମିଲ ହୋଇଥିଲେ ହେଲେ ସୂଚନାଦାତା ଏଠାରୁ ପଳାଇ ପୋଲିସକୁ ଏହାର ସୂଚନା ଦେଇଥିଲେ ।

Get real time updates directly on you device, subscribe now.