fbpx

ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’: ‘ଜରୁରୀକାଳୀନ ପରିସ୍ଥିତି’ ପାଇଁ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାରଙ୍କ ତରଫରୁ ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଛନ୍ତି । ଏ ନେଇ କେନ୍ଦ୍ର ସରକାର ନୋଟିଫିକେସନ୍ ଜାରି କରିଛନ୍ତି । ୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଆପାତକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର କଂଗ୍ରେସକୁ ଘେରିବା ସହ ଏହି ଦିନକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଛନ୍ତି ।

Image

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟରରେ ଏ ନେଇ ସୂଚନା ଦେଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ଯେ, ‘୧୯୭୫ ମସିହା ଜୁନ୍ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ‘ଜରୁରୀକାଳୀନ ପରିସ୍ଥିତି’ ଲାଗୁ କରିଥିଲେ । ତାଙ୍କର ଏହି ନିଷ୍ପତ୍ତି ଲୋକତନ୍ତ୍ର ଆତ୍ମାର ହତ୍ୟା କରିଥିବା କୁହାଯାଇଛି । ଏହି ନିଷ୍ପତ୍ତି ପରେ ଲକ୍ଷ ଲକ୍ଷ ଲୋକଙ୍କୁ ବିନା କୌଣସି ଦୋଷରେ ଜେଲଦଣ୍ଡ ଦିଆଗଲା । ଏହାବ୍ୟତୀତ ମିଡିଆକୁ ମଧ୍ୟ ଚାପ ପକାଇ ସ୍ୱରକୁ ବନ୍ଦ କରିବାକୁ ଚେଷ୍ଟା ହୋଇଥିଲା । ତେଣୁ ପ୍ରତ୍ୟେକ ବର୍ଷ ଏହି ଦିନ (ଜୁନ୍ ୨୫)କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

୧୯୭୫ର ଏହି ଜରୁରୀକାଳୀନ ପରିସ୍ଥିତିରେ ଅମାନବୀୟ କାଣ୍ଡର ଶିକାର ହୋଇଥିବା ଏବଂ ଯନ୍ତ୍ରଣା ସହ୍ୟ କରିଥିବା ସମସ୍ତ ଲୋକମାନଙ୍କୁ ମନେ ପକାଇବା ପାଇଁ ଏଭଳି ଏକ ଘୋଷଣା କରାଯାଇଛି । ଏହାପରେ ଅମିତ ଶାହ କହିଛନ୍ତି ଯେ, ‘ସେହି ସମୟରେ ଯାତନା ସହ୍ୟ କରିଥିବା ଲକ୍ଷ ଲକ୍ଷ ଲୋକଙ୍କ ସଂଘର୍ଷକୁ ସାମନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଲୋକତନ୍ତ୍ରର ରକ୍ଷା ଏବଂ ବ୍ୟକ୍ତିଗତ ସ୍ୱତନ୍ତ୍ରତାର ଅମର ଜ୍ୟୋତିକୁ ଜୀବିତ ରଖିବା ପାଇଁ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରାଯିବ । ଫଳରେ ଆଗାମୀ ଭବିଷ୍ୟତରେ ଏହାର ପୁନରାବୃତ୍ତି ହୋଇପାରିବ ନାହିଁ ।

 

Get real time updates directly on you device, subscribe now.